ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ପୁରୀ (କେ ନ୍ୟୁଜ୍‌) : ପୁରୀ ଶ୍ରୀମନ୍ଦିରରେ ପବିତ୍ର ମାଘ ପୂର୍ଣ୍ଣମୀରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ପୌରାଣିକ କଥାବସ୍ତୁ ଅନୁଯାୟୀ, ଭୌମ ବଂଶର ରାଣୀ ବକୁଳ ମହାଦେବଙ୍କ ସମୟରୁ ଶ୍ରୀମନ୍ଦିରରେ ଏହା ପ୍ରଚଳିତ ହୋଇଆସୁଛି। ଏହି ବେଶରେ ମହାପ୍ରଭୁ ଚୂଳ, କିରୀଟି, କର୍ଣ୍ଣ କୁଣ୍ଡଳ, ଆୟୁଧ ଅଳଙ୍କାର ଧାରଣ କରିଥାନ୍ତି । ଏହି ସବୁ ଅଳଙ୍କାର ସୋଲ, ଜରି ଜମ୍ଭୁରା, କନା, କଇଁଥ ଅଠାରେ ନିର୍ମିତ ହୋଇଥାଏ। ସେହିପରି ଦୁଇଟି ପ୍ରତୀକାତ୍ମକ ହସ୍ତୀ ଶୁଣ୍ଢରେ ପଦ୍ମ କଳିକା ଧରି ଦଣ୍ଡାୟମାନ ଥାନ୍ତି। ହସ୍ତୀ ଦ୍ୱୟ ମହାପ୍ରଭୁଙ୍କ ନିକଟରେ ରୁହେ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ସଂପନ୍ନ ହୋଇଥିଲା।

 

Leave A Reply

Your email address will not be published.