ଅନୁଗୁଳ ବଅଁରପାଳ ପୋଲିସ ଦ୍ବାରା ୪ଟି ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ

ଅନୁଗୁଳ(କେନ୍ୟୁଜ୍) : ବେଆଇନ ଗୋରୁ ଚାଲାଣ। ୪ଟି ଗୋରୁ ବୋଝେଇ କଣ୍ଟେନର ଜବତ କଲା ଅନୁଗୁଳ ଜିଲ୍ଲା ବଅଁରପାଳ ପୋଲିସ। କଣ୍ଟେନରରୁ ୨୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଘଟଣାରେ ଜଣେ ଡ୍ରାଇଭରଙ୍କୁ ଅଟକ ରଖିଛି ପୋଲିସ। ବିଳମ୍ବିତ ରାତିରେ ଗୋରୁ ଚାଲାଣ ହେଉଥିବା ଖବର ପାଇ ପୋଲିସ ନରେନ୍ଦ୍ରପୁରଠାରେ ଜଗି ରହିଥିଲା। ୪ଟି କଣ୍ଟେନରକୁ ଯାଞ୍ଚ କରିବାବେଳେ ସେଥିରୁ ୨୦୦ ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା। ପୋଲିସ ଜମେ ଡ୍ରାଇଭରକୁ ଅଟକ ରଖିଥିବାବେଳେ ଅନ୍ୟ ୩ଟି ଗାଡିର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ଏସବୁ ଗୋରୁ ସମ୍ବଲପୁରରୁ ୱେଷ୍ଟବେଙ୍ଗଲ ଚାଲାଣ କରାଯାଉଥିଲା। ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.