ଭାରତ ଭୟରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନ , ୪୦ଟି ଆତଙ୍କବାଦୀ ସଂଗଠନ ଉପର ଲଗାଇଲା ବ୍ୟାନ୍‌

ପାକିସ୍ତାନ(କେନ୍ୟୁଜ୍) : ଭାରତ ଭୟରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନ । ୪୦ଟି ଆତଙ୍କବାଦୀ ସଂଗଠନ ଉପର ବ୍ୟାନ୍‌ ଲଗାଇଲା ପାକିସ୍ତାନ । ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୌବା, ଜମାତ-ଉଦ୍‌-ଦାବା ଆଦି ସଂଗଠନ ଉପରେ ପାକିସ୍ତାନ ବ୍ୟାନ୍‌ ଲଗାଇଛି । ଏହା କେବଳ ଲୋକ ଦେଖାଣିଆ ବୋଲି କୁହାଯାଉଛି । କାରଣ ଗତ ଦୁଇ ଦଶକ ହେବ ଏଭଳି ଅନେକ ସମୟରେ ଆତଙ୍କବାଦୀ ସଂଗଠନ ଉପରେ ବ୍ୟାନ୍‌ ଲଗାଇଛି ପାକିସ୍ତାନ । ସେହିପରି ପାକିସ୍ତାନର ବିଭିନ୍ନ ପ୍ରଦେଶରେ ଚଢାଉ କରାଯାଇ ଜୈଶ-ଏ-ମହମ୍ମଦ ସମେତ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀର ୪୪ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ମାସୁଦ ଅଜହରର ଭାଇ ହମାଦ୍‌ ଅଜହର ରହିଛି । ହମାତ୍‌ ସମେତ ଜୈଶ ସଂଗଠନର ୧୫ରୁ ଅଧିକ ଆତଙ୍କୀକୁ ଗିରଫ କରାଯାଇଛି ।

Leave A Reply

Your email address will not be published.