ଦମଦାର୍ ଅଫର୍ ଆଣିଲା ଆମାଜନ୍, ଏହି ୫ ଟି ସହଜ ପ୍ରଶ୍ନର ଉତ୍ତର ଦେଇ ଜିତନ୍ତୁ ୫୦ହଜାର

ନିଜ ଗ୍ରାହକଙ୍କ ପାଇଁ ଦମଦାର୍ ଅଫର୍ ଆଣିଛି ଆମାଜନ୍ । ପୁଣି ଥରେ ଡେଲି ଆପ୍ କ୍ବିଜ୍ ଆରମ୍ଭ କରିଛି ଆମାଜନ୍ । ଆଉ ଏହି କ୍ବିଜର ବିଜେତାକୁ ମିଳିବ ୫୦ହଜାର ଟଙ୍କା ପୁରସ୍କାର । ଯାହା ଆମାଜନ୍ ପେ ବାଲାନ୍ସ ଆକାରରେ ଆପଣଙ୍କୁ ମିଳିବ । ଆଉ ଏହାକୁ ଆପଣ ସପିଂ, ବିଲ୍ ପେମେଂଟ୍ ଏବଂ ଫୁଡ୍ ଅର୍ଡର ଆଦି ପାଇଁ ବ୍ୟବହାର କରିପାରିବେ ।

ତେବେ ଏହି ପୁରସ୍କାର ପାଇବାକୁ ହେଲେ ୟୁଜର୍ସଙ୍କୁ ୫ ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ସମସ୍ତ ପ୍ରଶ୍ନରେ ଚାରିଟି ବିକଳ୍ପ ଦିଆଯିବ ଆଉ ଏହା ମଧ୍ୟରୁ ଆପଣଙ୍କୁ ସଠିକ୍ ଉତ୍ତର ଦେବାକୁ ପଡିବ ।

ଯଦି ଆପଣ ଏହି କ୍ବିଜ୍ ଖେଳିବାକୁ ଚାହୁଁଛନ୍ତି ତେବେ ସର୍ବ ପ୍ରଥମେ ଆମାଜନ୍ ଆପକୁ ଅପଡେଟ୍ କରନ୍ତୁ । ଏହା ପରେ ମେନ୍ ପେଜରେ ଚାଲୁଥିବା କ୍ବିଜ୍ ବ୍ୟାନରରେ କ୍ଲିକ୍ କରନ୍ତୁ । ଏହା ପରେ ଖେଳିବା ପାଇଁ ଷ୍ଟାର୍ଟ ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ । ପୁରସ୍କାର ପାଇବା ପାଇଁ ହେଲେ ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେବାକୁ ପଡିବ । ତେବେ ବିଜେତାଙ୍କ ନାମ ଲକି ଡ୍ର ମାଧ୍ୟମରେ ଚୟନ କରାଯିବ । ଏବଂ ୩୦ ମାର୍ଚ୍ଚରେ ବିଜେତାଙ୍କ ନାମ ଘୋଷଣା କରିବ କମ୍ପାନୀ ।

Leave A Reply

Your email address will not be published.