Below header

ସନ୍ଧ୍ୟା ୭ ପୂର୍ବରୁ ରାତ୍ରି ଭୋଜନ କରିବାର ଏହି ଚମତ୍କାରୀ ଫାଇଦା ବିଷୟରେ ଜାଣନ୍ତୁ ଯାହା ଆପଣଙ୍କୁ ରଖିବ ସୁସ୍ଥ

ସୁସ୍ଥ ଜୀବନ ପାଇବା ପାଇଁ ଆମେ ସମସ୍ତେ ଚାହିଁଥାଉ। କିନ୍ତୁ ଏହା ନିର୍ଭର କରିଥାଏ ଆମ ଖାଦ୍ୟପେୟ, ଜୀବନଶୈଳୀ ଉପରେ। ଆମେ ଦିନକୁ କେତେ ବ୍ୟାୟାମ କରୁଛନ୍ତି ଏବଂ କେତେ ପ୍ରୁଷ୍ଟିକର ଖାଦ୍ୟ ଖାଉଛନ୍ତି ଏହା ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଏହା ପାଇଁ ଗୋଟିଏ ଜିନିଷ ଉପରେ ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ ଏବଂ ତାହା ହେଉଛି ଆପଣ ଦିନ-ରାତିର ଖାଦ୍ୟର ପ୍ଲାନିଂ। କିନ୍ତୁ ପ୍ଲାନିଂ କରିବା ପୂର୍ବରୁ ଆପଣଙ୍କୁ ବହୁତ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିବ।

ଆପଣଙ୍କୁ ଖାଦ୍ୟର ସମୟକୁ ଗୁରୁତ୍ବ ଦେବାକୁ ହେବ ଏବଂ ସନ୍ଧ୍ୟା ୭ଟା ପୂର୍ବରୁ ନିଜର ରାତ୍ରି ଭୋଜନ ଶେଷ କରିବା ପାଇଁ ଚେଷ୍ଟା କରନ୍ତୁ। ଯଦି ଆପଣ ଏମିତି କଲେ ତେବେ ବିଶ୍ବାସ କରନ୍ତୁ ଆପଣଙ୍କ ଶରୀରରେ ଆପଣ ବହୁତ ପରିବର୍ତ୍ତନ ଏବଂ ଚମତ୍କାର ଦେଖିବାକୁ ପାଇବେ। ଯଥା ନିଦ ଠିକ ଭାବରେ ହେବା, ପେଟ ଜଳାପୋଡାରୁ ମୁକ୍ତି, ଓଜନ କମ୍ ହେବା, ଆଗାମୀ ଦିନ ପାଇଁ ମଧ୍ୟ ଶକ୍ତି ରହିଥାଏ । ତେବେ ଆସନ୍ତୁ ଜାଣିବା କିଛି ଏମିତି ହିଁ ମହତ୍ତ୍ବପୂର୍ଣ୍ଣ ଟିପ୍ସକୁ ଯାହା ଆପଣଙ୍କ ଜୀବନକୁ ବଦଳାଇଦେବ।

weight-lossଓଜନ କମ୍ କରିବା ପାଇଁ ସଂନ୍ଧ୍ୟା ୭ଟା ପୂର୍ବରୁ ରାତ୍ରି ଭୋଜନ କରନ୍ତୁ ଏବଂ ଧ୍ୟାନ ରଖନ୍ତୁ ଯେପରି କୌଣସି ଗରିଷ୍ଠ ଖାଦ୍ୟ ନ ଖାଆନ୍ତି। ଏକ୍ସଟ୍ରା କ୍ୟାଲୋରୀ ନେବା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ।

ସନ୍ଧ୍ୟାରେ ଶିଘ୍ର ଖାଦ୍ୟ ଖାଇବା ଦ୍ବାରା ଆପଣଙ୍କୁ ଶୋଇବା ସମୟରେ ଯେଉଁ ପେଟ ଜଳିବା ଭଳି ଅନୁଭବ ହୋଇଥାଏ, ତାହା ଠାରୁ ଆପଣଙ୍କୁ ମୁକ୍ତି ମିଳିଥାଏ।

ପରଦିନ ଶକ୍ତିଶାଳୀ ଅନୁଭବ ହେବା ପାଇଁ ସନ୍ଧ୍ୟାରେ ଆପଣଙ୍କୁ ଜଲଦି ଖାଦ୍ୟ ଖାଇନେବା ବହୁତ ଆବଶ୍ୟକ।
ସନ୍ଧ୍ୟାରେ ରାତ୍ରି ଭୋଜନ କରିବା ଦ୍ବାରା ଆପଣଙ୍କ ପେଟକୁ ହାଲୁକା ଲାଗିଥାଏ।

ପରଦିନ ଯଦି ଆପଣଙ୍କୁ ନିଜର ଦିନକୁ ଉତ୍ତମ ଭାବେ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହା ପାଇଁ ଆପଣ ସନ୍ଧ୍ୟା ୭ଟା ପୂର୍ବରୁ ରାତ୍ରି ଭୋଜନ କରିବା ଏକ ବହୁତ ଭଲ ବିକଳ୍ପ ଅଟେ।

girlଦିନ ସାରାର ବ୍ୟସ୍ତ ବହୁଳ ଜୀବନ ପରେ ବ୍ୟକ୍ତି ଥକି ଯାଇଥାଏ ତେବେ ତାଙ୍କୁ ଖାଲି ନିଜ ବିଛଣା ହିଁ ଦେଖା ଯାଇଥାଏ। ଏମିତିରେ ଯଦି ଆପଣ ତୁରନ୍ତ ଖାଦ୍ୟ ଖାଆନ୍ତି ତେବେ ଆପଣଙ୍କୁ ବହୁତ ଭଲ ନିଦ ଆସିଥାଏ।

ଏହା ସହ ପଢ଼ନ୍ତୁ : ପେଟ ଫୁଲିବା ସମସ୍ୟାରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି କି? ଏହି ଫଳ ଗୁଡିକୁ କମ ସେବନ କରନ୍ତୁ

କୁହାଯାଏ ଖାଦ୍ୟ ଖାଇବାର ତୁରନ୍ତ ପରେ ଶୋଇବା ଉଚିତ ନୁହେଁ। ଏହା ଦ୍ବାରା ଆପଣଙ୍କ ଖାଦ୍ୟ ଭଲ ଭାବେ ହଜମ ହୋଇନଥାଏ। ଯେଉଁ କାରଣରୁ ବ୍ୟକ୍ତି ଅନେକ ରୋଗରେ ଜଡିତ ହୋଇ ରହିଥାଏ। ଯଦି ଆପଣ ସନ୍ଧ୍ୟା ୭ଟା ପୂର୍ବରୁ ଖାଦ୍ୟ ଖାଇ ଦିଅନ୍ତି ତେବେ ଏହା ଦ୍ବାରା ଖାଦ୍ୟ ଠିକ ଭାବେ ହଜମ ହେବା ସମୟ ମିଳିଥାଏ ଏବଂ ଆପଣଙ୍କ ମୁଡ ଭଲ ରହିଥାଏ।

sleepଯେତେବେଳେ ଖାଦ୍ୟ ଠିକ ଭାବରେ ହଜମ ହୋଇଥାଏ ତେବେ ଆପଣଙ୍କ ହୃଦସ୍ପନ୍ଦନ ନର୍ମାଲ ଭାବରେ କାମ କରିଥାଏ। ଏହା ଦ୍ବାରା ଆପଣଙ୍କ ହୃଦୟ ସୁସ୍ଥ ରହିଥାଏ।

ପେଟ ରୋଗ ହେବାର ସବୁଠାରୁ ବଡ କାରଣ ହେଉଛି ଡେରିରେ ଖାଇବା। ଯଦି ଆପଣ ଠିକ ସମୟରେ ଖାଦ୍ୟ ଖାଉଛନ୍ତି ତେବେ ପେଟ ରୋଗରୁ ମୁକ୍ତି ପାଇପାରିବେ। ଏଭଳି କରିବା ଦ୍ବାରା ପର ଦିନ ଆପଣଙ୍କ ପେଟ ସୁସ୍ଥ ରହିବା ସହିତ ଆକ୍ଟିଭ ମଧ୍ୟ ରହିବେ।

ଜୀବନରେ ହେଲ୍ଦି ଖାଦ୍ୟ ଖାଇବା ବହୁତ ଆବଶ୍ୟକ। ଯେତେବେଳେ ସମୟ ଭିତରେ ସମସ୍ତ କାର୍ଯ୍ୟ କରୁଛନ୍ତି ତେବେ ଖାଦ୍ୟ ପାନୀୟରେ ପ୍ରୋଟିନ ଏବଂ ଭିଟାମିନ୍ସ ଠିକ ମାତ୍ରାରେ ପୋଷକ ତତ୍ତ୍ବ ନେବା ଏକ ବେଷ୍ଟ ଉପାୟ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.