ମାଲକାନଗିରି ପରେ ଏବେ କେନ୍ଦ୍ରାପଡ଼ା ମହାକାଳପଡ଼ାରେ ବୋଟ୍‌ ଆମ୍ବୁଲାନ୍ସ ସେବା

କେନ୍ଦ୍ରାପଡ଼ା(କେନ୍ୟୁଜ୍) : ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ବୋଟ୍‌ ଆମ୍ବୁଲାନ୍ସ ସେବା। ମାଲକାନଗିରି ଜିଲ୍ଲା ପରେ ଏବେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ବୋଟ୍‌ ଆମ୍ବୁଲାନ୍‌ସର ଶୁଭାରମ୍ଭ କରାଯାଇଛି। ଏହାଦ୍ୱାରା ବ୍ଲକର ବତୀଘର ଏବଂ ଜମ୍ବୁ ପଞ୍ଚାୟତର ହଜାର ହଜାର ଲୋକ ଉପକୃତ ହେବେ। ନଦୀ ନାଳ ଘେରା ବତୀଘର ଏବଂ ଜମ୍ବୁ ପଞ୍ଚାୟତର ଲୋକ ମାନଙ୍କର ସଡକ ପଥରେ ଯୋଗାଯୋଗ ନଥିବା କାରଣରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଆମ୍ବୁଲାନ୍ସ ଯୋଗାଇଦେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ ଦକ୍ଷିଣ ବରକୋଳିଖଳା ଘାଟରେ ଏହି ସେବାକୁ ଉଦ୍‌ଘାଟନ କରିଛନ୍ତି। ୧୦୮ ବୋଟ୍‌ ଆମ୍ବୁଲାନ୍ସରେ ସମସ୍ତ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା ରହିଛି। ଏଥିରେ ୪ଜଣ ଷ୍ଟାପ୍‌ ଥିବା ସମୟରେ ନଦୀରେ ରୋଗୀମାନଙ୍କୁ ମେଡିକାଲ ନେବାର ସୁବିଧା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.