ଚୌଦ୍ୱାର : ଜେଲ ଭିତରେ ଗ୍ୟାଙ୍ଗଓ୍ଵାର

କଟକ : ଜେଲ ଭିତରେ ଗ୍ୟାଙ୍ଗଓ୍ଵାର । ୨୦୧୩ ମସିହା କଟକ କେଶବ ବେହେରା ହତ୍ୟାକାଣ୍ଡ ମାମଲାରେ ସଜ୍ଜା କାଟୁଥିବା ଟନି ଓରଫ ଶୁଭ୍ରାଂଶୁ ଦାସଙ୍କର ଜେଲ ଭିତରେ ମୃତ୍ୟୁ ଘଟିଛି । ମୃତ୍ୟୁ ପୂର୍ବରୁ ଟନି ଜେଲ ଭିତରେ କରିଥିଲେ ଏକ ସଙ୍ଗୀନ ଭିଡିଓ। ଦେଖନ୍ତୁ ଏହି ଭିଡିଓ। ଯେଉଁଥିରେ ଜେଲ ଭିତରକୁ ମୋବାଇଲ ଠାରୁ ସମସ୍ତ ପ୍ରକାର ନିଶାଦ୍ରବ୍ୟ ଆସୁଥିବା କହୁଛନ୍ତି ଟନି। ଟନିଙ୍କୁ ଏଥିପାଇଁ ହତ୍ୟା କରାଯାଇଥିବା ତାଙ୍କ ମା ଅଭିଯୋଗ କରିଛନ୍ତି ।

କଥା ଏଇଠି ଶେଷ ହେଉନି। ଜେଲ ଭିତରେ ଗ୍ୟାଙ୍ଗଓ୍ଵାର ଚାଲିଥିବା ଅଭିଯୋଗ ଆଣିଛନ୍ତି କିଛି ପୂର୍ବତନ କଏଦୀ ଓ କଏଦୀଙ୍କ ପରିବାର ଲୋକ। ଜେଲ କର୍ତ୍ତୃପକ୍ଷ ଗୋଟିଏ ଗ୍ୟାଙ୍ଗକୁ ସମର୍ଥନ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏପଟେ ଏହି ଘଟଣା ପରେ ଜେଲରେ ରହୁଥିବା ଅନ୍ୟ କଏଦୀଙ୍କ ପରିବାର ଭୟଭୀତ ହୋଇ ପଡିଛନ୍ତି। ସେମାନଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ହତ୍ୟା କରାଯାଇ ପାରେ ବୋଲି ଆଶଙ୍କା କରିଛନ୍ତି। ଏ ନେଇ ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଛି ।

ଏପଟେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ ଶୁଭ୍ରାଂଶୁର ଶବ ବ୍ୟବଛେଦ ହୋଇଛି। ଚୌଦ୍ୱାର ଥାନାରେ ହତ୍ୟାକାଣ୍ଡର ଅଭିଯୋଗ ହେବା ପରେ ଡିସିପି ଚୌଦ୍ୱାର ଯାଇ ଘଟଣାର ତଦନ୍ତ କରିଛନ୍ତି। ତେବେ ଶୁଭ୍ରାଂଶୁ ମୃତ୍ୟୁ ପୂର୍ବରୁ କରିଥିବା ଭିଡିଓକୁ ତଦନ୍ତ କରାଯିବ ବୋଲି କଟକ ଡିସିପି କହିଛନ୍ତି ।

ଚୌଦ୍ୱାର ସର୍କଲ ଜେଲ ପରିସରରେ ଘଟିଥିବା ଏହି ହତ୍ୟାାକାଣ୍ଡର ବିଧିବଦ୍ଧ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇ ପାରିବ ।

Leave A Reply

Your email address will not be published.