କେନ୍ଦ୍ରାପଡ଼ାରେ ଅନୁଭବଙ୍କ ଭାଷଣକୁ ନେଇ ରାଜନୈତିକ ଚର୍ଚ୍ଚା, ରାଜ୍ୟସଭା ଛାଡି ଲୋକସଭା ମୁହାଁ ହେବେ କି

କେନ୍ଦ୍ରାପଡା : ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ସାଧାରଣ ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ହେଲେ କେନ୍ଦ୍ରାପଡାରୁ ବିଜେଡିର କିଏ ହେବେ ଲୋକସଭା ପ୍ରାର୍ଥୀ । ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ନା ଆଉ କିଏ । ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଦଳରେ ଅନେକ ନେତା ରହିଛନ୍ତି। କିନ୍ତୁ ପରିବର୍ତ୍ତିତ ରାଜନୈତିକ ସମୀକରଣରେ କେନ୍ଦ୍ରାପଡ଼ାରୁ କିଏ ହେବେ ଫିଟ୍‌। ବିଜେଡିର ନିକଟତମ ମହଲରୁ ମିଳିଥିବା ସୂଚନା ଅନୁସାରେ ସାଂସଦ ଅନୁଭବ ମହାନ୍ତିଙ୍କୁ ଦଳ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିପାରେ। ପୂର୍ବରୁ ସାଂସଦ ଅନୁଭବଙ୍କ ନା ଚର୍ଚ୍ଚାରେ ଥିବା ବେଳେ କେନ୍ଦ୍ରାପଡ଼ାରେ ଆୟୋଜିତ ମିଶନ ଶକ୍ତି କାର‌୍ୟ୍ୟକ୍ରମରେ ସେ ଯୋଗ ଦେବା ପରେ ଏହି ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଅନୁଭବ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଜି ପର‌୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି ତୁଲାଇ ଆସିଛି, ଆଗକୁ ଯେଉଁ ଦାୟିତ୍ୱ ଦେବେ ତୁଲାଇବି ।

ଏହା ଭିତରେ କେନ୍ଦ୍ରାପଡ଼ା ରାଜନୀତି ସରଗରମ ହୋଇଛି। ପୂର୍ବରୁ ଦୁଇଥର ଲଗାତର ଭାବେ କେନ୍ଦ୍ରାପଡାରୁ ବିଜେଡିର ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିଲେ ବୈଜୟନ୍ତ ପଣ୍ଡା। କିନ୍ତୁ ଏହା ଭିତରେ ବୈଜୟନ୍ତ ବିଜେଡିରୁ ବିଦା ହୋଇ ବିଜେପି କ୍ୟାମ୍ପରେ ସାମିଲ ହୋଇଛନ୍ତି। ଏଭଳିସ୍ଥିତିରେ ବିଜେପିକୁ ଚେକ୍‌ ଦେବା ପାଇଁ ଜଣେ ଟାଣୁଆ ନେତାଙ୍କୁ ଦଳ ପ୍ରାର୍ଥୀ କରିବାକୁ ଯୋଜନା କରିଛି ।

Leave A Reply

Your email address will not be published.