ରାଜ୍ୟର ୧୦ ଜିଲ୍ଲାକୁ କାଳବୈଶାଖୀ ସତର୍କତା

ଭୁବନେଶ୍ବର : ରାଜ୍ୟର ୧୦ ଜିଲ୍ଲାକୁ କାଳବୈଶାଖୀ ସତର୍କତା। ସୁନ୍ଦରଗଡ଼, ମୟୂରଭଞ୍ଜ,କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଗତକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିଲା। ଅନେକ ସ୍ଥାନରେ କୁଆପଥର ମାଡରେ ଫସଲ ସବୁ ନଷ୍ଟ ହୋଇଯାଇଛି। ଏହାସହ ବିଦ୍ୟୁତ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।

Leave A Reply

Your email address will not be published.