ଝାରସୁଗୁଡ଼ା : ଆଜିଠାରୁ ଝାରସୁଗୁଡ଼ା ବିମାନବନ୍ଦରରୁ ନିୟମିତ ବିମାନ ଉଡ଼ାଣ ଆରମ୍ଭ । ଫେବୃଆରୀ ୨୭ ତାରିଖରୁ ୱେବସାଇଟରେ ଟିକେଟ ବୁକିଂ ଆରମ୍ଭ ହୋଇଥିବାବେଳେ ନିୟମିତ ବିମାନ ଉଡାଣ ନେଇ ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡ଼ା ବିମାନବନ୍ଦର ଉଦଘାଟନ କରିଥିଲେ । କିନ୍ତୁ କୌଣସି କାରଣ ନଦର୍ଶାଇ ବିମାନ ଉଡାଣ ହଠାତ ବନ୍ଦ ହୋଇଯିବା ଲୋକଙ୍କୁ ନିରାଶ କରିଥିଲା ।