Below header

ଓଲା ଆଣୁଛି ମୋବାଇଲ ୱାସରୁମ !

ରାସ୍ତାରେ କେଉଁଠି ଗଲା ବେଳେ ଶୌଚ ସମସ୍ୟାରେ ପଡ଼ିଛନ୍ତି କି ? ଖୁବ୍‌ ଜଲଦି ମାର୍କେଟକୁ ଓଲା ଆଣିବ ରେଷ୍ଟ ରୁମ କ୍ୟାବ୍ । ଯାହା ଆପଣମାନଙ୍କ ନିକଟରେ ପହଞ୍ଚିବ ଓ ଆପଣମାନଙ୍କୁ ଯୋଗାଇ ଦେବ ୱାସରୁମ୍‌ର ସବୁ ପ୍ରକାର ସୁବିଧା । ଏହି ଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଇଛି । ଭିଡିଓଟି ଗତ ୨୯ ତାରିଖରେ ଓଲା ପକ୍ଷରୁ ୟୁଟ୍ୟବୁରେ ଅପଲୋଡ କରାଯାଇଛି । ଏଥିରେ ଲେଖା ଅଛି, ଓଲା ଆପ୍‌ର ଗୋଟିଓ ଟ୍ୟାପରେ ଇଣ୍ଡଷ୍ଟ୍ରି –ଲିଡିଙ୍ଗ ମୋବାଇଲ ୱାସରୁମ ସ୍ପେସ୍‌ ରହିବ । ଆଉ ଓଲା ରେଷ୍ଟ ରୁମ ଆପଣଙ୍କ ପାଇଁ ଆସୁଅଛି । ଏହି ଭଳି ଭିଡିଓକୁ ଟ୍ଵିଟର୍‌ରେ ମଧ୍ୟ ପୋଷ୍ଟ କରିଛି ଓଲା ।

ola_restroom_mobile_vehicle
ଆପଣ ଭାବଛନ୍ତି କି ଏହିଭଳି ସେବା ଆଗାମୀ ଦିନରେ ଓଲା ପକ୍ଷରୁ କଣ ସତରେ ଆସିବାକୁ ଯାଉଛି ? ଆଜ୍ଞା ଆପଣମାନଙ୍କୁ ଆମେ ଏଠି କହି ରଖୁଛୁ ବର୍ଷକୁ ଥରେ ଓଲା ଏହି ଭଳିି ଭାବେ ଗୋଟିଏ ଗୋଟିଏ ଭିଡିଓ ବନେଇ ଲୋକଙ୍କୁ ଏପ୍ରିଲ ଫୁଲ କରି ମନୋରଞ୍ଜନ କରିଥାଏ । ଏହି ପ୍ରାଙ୍କ ଭିଡିଓଟିକୁ ଦେଖି ଦର୍ଶକ ମାନେ ଖୁବ ମନରଞ୍ଜନ କରିଥିବାର ଟ୍ୱିଟରରେ ଉତ୍ତର ଆସିଛି । ସଂସ୍ଥା ନାଁଟି ଯେମିତି ଓଲା, ଲୋକଙ୍କୁ ବି ସେମିତି ଓଲା ବନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.