ଆରମ୍ଭ ହେବ Mi Fan Festival 2019 : ମାତ୍ର ୧ ଟଙ୍କାରେ ପାଇପାରିବେ Redmi Note 7 Pro, Poco F1

ନୂଆଦିଲ୍ଲୀ : ଚାଇନା ସ୍ମାର୍ଟଫୋନ କମ୍ପାନୀ ସାଓମି ଏପ୍ରିଲ ୪ ତାରିଖରୁ Mi Fan Festival 2019 ଆରମ୍ଭ କରିବାକୁ ଯାଉଛି। ଏହି ସେଲ ତିନି ଦିନ ପର‌୍ୟ୍ୟନ୍ତ ଚାଲୁ ରହିବ। ଏହି ସେଲରେ ଆପଣଙ୍କୁ POCO F1Redmi Note 7 ProRedmi Note 7, Redmi Go, Mi LED TV ସମେତ ଏମଆଇର ବିଭିନ୍ନ ପ୍ରଡକ୍ଟରେ ଦମଦାର ରିହାତି ମିଳିବ। ଏହି ସେଲର ଆୟୋଜନ ସାଓମିର ଆଧିକାରୀକ ୱେବସାଇଟ ସହ ଏହାର ପାର୍ଟନର ଷ୍ଟୋର ଏବଂ ପ୍ରମୁଖ ଅନଲାଇନ ଷ୍ଟୋର ମାନଙ୍କରେ ମଧ୍ୟ କରାଯିବ। ଏହି ସେଲ ୪ ରୁ ୬ ଏପ୍ରିଲ ସକାଳ ୧୦ଟାରୁ ଦିନ ୨ଟା ପର‌୍ୟ୍ୟନ୍ତ ଚାଲୁ ରହିବ। ଆସନ୍ତୁ ଜାଣିବା ଏହି ସେଲର ଅଫର ବିଷୟରେ।

xiaomi

ସାଓମିର ଏହି ସେଲରେ ଏମଆଇର ନୂଆ ଲଞ୍ଚ ହୋଇଥିବା Redmi Note 7 Pro, Redmi Note 7, Redmi Go ମୋବାଇଲ ଉପରେ ରିହାତି ମିଳିବ। ଏଥିସହ ଏହାର ସର୍ବବ୍ରାଣ୍ଡ ପୋକୋ ମୋବାଇଲ ମଧ୍ୟ ଏହି ସେଲ ସମୟରେ କମ ମୂଲ୍ୟରେ ଉପଲବ୍ଧ ହେବ। ଖାଲି ମୋବାଇଲ ନୁହଁ ଏହି ଅଫରରେ ଟେଲିଭିଜନ, ଇୟରଫୋନ, ସ୍ପିକର ଆଦି ମଧ୍ୟ ଖୁବ୍ ଭଲ ଦାମରେ ଉପଲବ୍ଧ ହେବ।

mi

ଫ୍ଳାସ ସେଲ

ସାଓମିର ବିଭିନ୍ନ ପ୍ରଡକ୍ଟକୁ କମ ମୂଲ୍ୟରେ ପାଇବା ସହ ଆପଣ ଫ୍ଳାସ ସେଲରେ ମାତ୍ର ୧ ଟଙ୍କାରେ Redmi Note 7 Pro, POCO F1 , Mi Soundbar, Mi LED TV 4A PRO ଆଦିକୁ ନିଜର କରିପାରିବେ। ଏହାଛଡ଼ା ମିଷ୍ଟ୍ରି ବକ୍ସ ସେଲ ଜରୀଆରେ ୨,୪୦୦ଟଙ୍କାର ପ୍ରଜକ୍ଟକୁ ମାତ୍ର ୯୯ଟଙ୍କାରେ ପାଇପାରିବେ। ମିଷ୍ଟ୍ରିସେଲର ଆୟୋଜନ ପ୍ରତିଦିନ ସନ୍ଧ୍ଯା ୪ଟା ବେଳେ କରାଯିବ।ଏହାଛଡ଼ା Redmi Note 7 Pro, Redmi Note 7, Redmi Go ର ଫ୍ଳାସ ସେଲ ଏପ୍ରିଲ ୪ ରାତି ୧୨ଟାରେ ଆୟୋଜିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.