ଗଂଜାମ : ପୋଖରୀରୁ ମିଳିଲା କଙ୍କାଳ, ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର କଲେ ଗ୍ରାମବାସୀ

ଗଂଜାମ : ପୋଖରୀରୁ ମିଳିଲା କଙ୍କାଳ । ଅଖାରେ ବନ୍ଧା ହୋଇ ରହିଥିବା ଅବସ୍ଥାରେ ଉଦ୍ଧାର କଲେ ଗ୍ରାମବାସୀ । ଏପରି ଏକ ଅଭାବନୀୟକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଗୁହାଳପୁର ଗାଁ ରେ । ମୃତକ ଜଣଙ୍କ ହେଲେ କାଳୁ ପ୍ରଧାନ ।

ଦୀର୍ଘ ଦେଢ ବର୍ଷ ହେଲା କାଳୁ ନିଖୋଜ ଥିଲେ ବୋଲି କହିଛନ୍ତି ବାପା କାଶୀନାଥ । ଏବେ ପୋଖରୀ ଶୁଖାଇବା ବେଳେ ମିଳିଛି କଙ୍କାଳ । ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଏକ ଏକ ହତ୍ୟା ବୋଲି ସନ୍ଦେହ କରାଯାଉଛି । ଅନ୍ୟପଟେ ଘଟଣାରେ ମାମଲା ରୁଜୁ କର ତଦନ୍ତ ଜାରି ରଖିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.