ଦେଶରେ TikTok ବ୍ୟାନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ , ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ : ଭିଡିଓ ପ୍ରସ୍ତୁତି ସୋସିଆଲ ମିଡିଆ ପ୍ଳାଟଫର୍ମ ଟିକଟୋକ୍ ର ବ୍ୟବହାର ଯଦି ଆପଣ ମଧ୍ୟ କରୁଛନ୍ତି ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। କାରଣ ବୁଧବାର ଦିନ ମାଦ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ, କେନ୍ଦ୍ର ସରକାରଙ୍କୁ ପପୁଲାର ମୋବାଇଲ ଭିଡିଓ ଆପ ଟିକଟୋକର ଡାଉନଲୋଡକୁ ବ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ଡିଭିଜନ ବେଞ୍ଚର ଜଷ୍ଟିସ୍ ଏନ୍ ଏବଂ ଜଷ୍ଟିସ୍ ଏସଏସ୍ ସୁନ୍ଦର ମିଡିଆ ସଂସ୍ଥା ଗୁଡିକରେ ଟିକଟୋକରେ ନିର୍ମିତ ଭିଡିଓ ଗୁଡିକର ପ୍ରସାରଣ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି। କାରଣ ଏହି ଭିଡିଓ ମାନଙ୍କ ଦ୍ବାରା ଛୋଟପିଲାଙ୍କ ପାଖରେ ପୋନୋଗ୍ରାଫି ଏବଂ ଆପତ୍ତିଜନକ ଭିଡିଓ ଖୁବ ସହଜରେ ପହଞ୍ଚୁଛି।

tiktok-india-court

ସେହିପରି ହାଇକୋର୍ଟ ଆମେରିକା ଭଳି ଚିଲଡ୍ରେନ ଅନଲାଇନ ପ୍ରାଇଭେସି ପ୍ରୋଟେକ୍ଟସନ୍ ଆକ୍ଟ ଭାରତରେ ଲାଗୁ କରାଯାଇ ପାରିବ କି , ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ପଚାରିଛି। କୋର୍ଟ ଟିକଟୋକ୍ ଭିଡିଓର ବ୍ୟବହାର ଅଧିକାଂଶ ଯୁବପିଢ଼ି କରୁଥିବା କହିଛନ୍ତି। ଏଣୁ ଏହାର ପ୍ରଭାବ ପିଲାଙ୍କ ଭବିଷ୍ୟତକୁ ବରବାଦ କରିପାରେ ବୋଲି କୁହାଯାଇଛି।

ତେବେ ଏହା ପ୍ରଥମ ଥର ନୁହଁ, ଏହା ପୂର୍ବରୁ ମଧ୍ୟ ଟିକଟୋକକୁ ବ୍ୟାନ କରିବା ପାଇଁ ତାମିଲନାଡୁ ସରକାର ଦାବି କରିଥିଲେ ଯାହାର ଶୁଣାଣୀ ୧୬ ଏପ୍ରିଲରେ ହେବାକୁ ଯାଉଛି।

tiktok

ଟିକଟୋକ ଆପ ଗତବର୍ଷ ହିଁ ଅଧିକ ଲୋକପ୍ରିୟତା ହାସିଲ କରିଛି। ଏହା ଆରମ୍ଭ ହେବା ସମୟରେ ଏହି ଆପର ନାମ ମ୍ୟୁଜିକାଲି ରହିଥିଲା। କିନ୍ତୁ ପରେ ଏହାକୁ ପରିବର୍ତ୍ତନ କରି ଟିକଟୋକ ରଖାଯାଇଥିଲା। ତେବେ ସୂଚନା ଅନୁଯାୟୀ, ବର୍ତ୍ତମନା ପର୍ଯ୍ୟନ୍ତ ଦୁନିଆଯାକରେ ଏହି ଆପକୁ ମୋଟ ୧୦୦କୋଟିରୁ ଅଧିକ ଲୋକ ଡାଉନଲୋକ କରିସାରିଛନ୍ତି।

Leave A Reply

Your email address will not be published.