ବାରିପଦାରେ ଆଜି ଶ୍ରୀଜିଉଙ୍କ ବାହୁଡା ଯାତ୍ରା ହେବ ସମ୍ପନ୍ନ

ବାରିପଦା : ଶ୍ରୀକ୍ଷେତ୍ର ପୁରୀରେ ଗତକାଲି ବାହୁଡା ଯାତ୍ରା ଶେଷ ହୋଇଥିବାବେଳେ ପରମ୍ପରା ମୁତାବକ ବାରିପଦାରେ ଆଜି ଶ୍ରୀଜିଉଙ୍କ ବାହୁଡା ଯାତ୍ରା ସମ୍ପନ୍ନ ହେବ। ଦୁଇ ଦିନ ଧରି ଚାଲିବ ରଥଟଣା। ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିବେ। ସୁଭଦ୍ରାଙ୍କ ରଥ ଟାଉନ ଥାନା ସମ୍ମୁଖରେ ରହିବ। ତାପରଦିନ ଟାଉନ ଥାନା ସମ୍ମୁଖରୁ ସୁଭଦ୍ରାଙ୍କ ରଥ ଟଣାଯାଇ ଶ୍ରୀମନ୍ଦିରରେ ପହ଼ଞ୍ଚିବା ପରେ ବଡଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ ହେବ।

ଗତକାଲି ମହାପ୍ରଭୂଙ୍କ ସୁନାବେଶ ନୀତି ଶେଷ ହୋଇଛି। ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ବାହୁଡା ଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ସେହିପରି କେନ୍ଦ୍ରାପଡ଼ାର ବଳଦେବଜିଉଙ୍କ ଆଜି ବାହୁଡା ଯାତ୍ରା ଅନୁଷ୍ଠିତ ହେବ।

Leave A Reply

Your email address will not be published.