Below header

ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍ !

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତରର ବଢଥିବା ବେଳେ ଆସନ୍ତାକାଲି ହୀରାକୁଦ ଗେଟ୍ ଖୋଲିବା ନେଇ ସୂଚନା ରହିଛି। ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ସୂଚନା ଅନୁଯାୟୀ, ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୫ ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧,୭୬,୯୦୯ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩୭୦ କ୍ୟୁସେକ ଜଳ । ନଦୀରେ ପାଣି ବଢିବା ଆଶଙ୍କା ରହିଥିବାରୁ ମହାନଦୀ କୂଳରେ ଥିବା ଜିଲ୍ଲାଗୁଡିକୁ ସତର୍କ ସୂଚନା ଦିଆଯାଇଛି । ସ୍ଥିତିକୁ ଦେଖି କେତୋଟି ଗେଟ୍ ଖୋଲାଯିବ ସେନେଇ ନିଷ୍ପତ୍ତି ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.