ଲକ୍ଷ୍ନୌ ରାସ୍ତାରେ ଟ୍ରାଫିକ୍ କ୍ଲିୟର୍ କଲେ ଅଭିନେତା ଜାକି ଶର୍ଫ

ମୁମ୍ବାଇ : ବର୍ତ୍ତମାନ ଭାରତରେ ଟ୍ରାଫକ୍ ସମସ୍ୟା ସାଧାରଣ ପାଲଟିଛି। ଏପରିକି ଏଥିପାଇଁ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସାମ୍ନା ମଧ୍ୟ କରିବାକୁ ପଡ଼ୁଛି। କିନ୍ତୁ ଯେତେ ଅସୁବିଧା ହେଉଥିଲେ ମଧ୍ୟ ନିଜେ ଏହାର ସମାଧାନ ନଖୋଜି ସବୁବେଳେ ସରକାରଙ୍କୁ ଦୋଷ ଦେଇଥାନ୍ତି ସାଧାରଣ ଜନତା। ନିକଟରେ କିନ୍ତୁ ଲକ୍ଷ୍ନୌରେ ଦେଖିବାକୁ ମିଳିଥିଲା ଏକ ଆଶ୍ଚର୍ୟ୍ୟକର ପରିସ୍ଥିତି। ରାସ୍ତାରେ ଟ୍ରାଫିକ୍ ଜାମ୍ ହେବାରୁ ରାଜରାସ୍ତାରେ ଭିଡ଼କୁ ନିୟନ୍ତ୍ରିତ କରିଥିଲେ ବଲିଉଡ଼ ଅଭିନେତା ଜାକି ଶର୍ଫ।

ଏହାର ଏକ ଭିଡ଼ିଓ ଅଭିନେତା ଜାକି ତାଙ୍କ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଭିଡ଼ ଜମିଥିବା ଦେଖିବାରୁ ତାଙ୍କ କାରରୁ ଓହ୍ଲାଇ ଟ୍ରାଫିକ୍ କ୍ଲିୟର କରୁଥିବା ନଜର ଆସିଥିଲେ। ଜାକି ନିଜର ଆଗାମୀ ଫିଲ୍କ ପ୍ରସ୍ଥାନମର ଶୁଟିଂ ପାଇଁ ଲକ୍ଷ୍ନୌରେ ବର୍ତ୍ତମାନ ବ୍ୟସ୍ତ ରହିଛନ୍ତି। ଏହା ତେଲୁଗୁ ଫିଲ୍ମ ପ୍ରସ୍ଥାନମର ହିନ୍ଦି ରିମେକ୍। ଫିଲ୍ମଟି ସଂଞ୍ଜୟ ଦତ୍ତଙ୍କ ପ୍ରଡ଼ୋକ୍ସନରେ ନିର୍ମିତ ହେଉଥିବା ବେଳେ ଏହାର ନିର୍ଦ୍ଧେଶନା ଦାୟିତ୍ବରେ ରହିଛନ୍ତି ଦେବା କଟ୍ଟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.