Below header

ଆସନ୍ତୁ ଜାଣିବା କାହିଁକି ଜଙ୍ଗଲ ମଧ୍ୟରେ ଏକୁଟିଆ ୨୨ ବର୍ଷ ହେଲା ରହିଆସୁଛନ୍ତି ଏହି ବ୍ୟକ୍ତି

ସୋସିଆଲ ମିଡ଼ିଆରେ କିଛି ଦିନ ହେବ ଆମଜନ ଜଙ୍ଗଲର ଏକ ଭିଡ଼ିଓ ଭାଇରାଲ ହୋଇଛି। ଏଥିରେ ଜଣେ ବ୍ୟକ୍ତି ଜଙ୍ଗଲ ମଧ୍ୟରେ ଗଛପତ୍ର କାଟୁଥିବାର ଦେଖାଯାଇଥିଲା। ସୂଚନା ଅନୁଯାୟୀ, ବ୍ୟକ୍ତି ଜଣଙ୍କ ଦୀର୍ଘ ୨୨ବର୍ଷ ହେବ ଏକୁଟିଆ ସେହି ଜଙ୍ଗଲରେ ରହିଆସୁଛନ୍ତି। ବ୍ରାଜିଲର ଇଣ୍ଡିଆନ ଫାଉଣ୍ଡେସନ ଦ୍ବାରା ଏହି ଭିଡ଼ିଓ ଜାରି କରାଯାଇଛି। ତେବେ ଏହି ଭିଡ଼ିଓକୁ ବହୁ ଦୂରରୁ ନିଆଯାଇଛି। ବ୍ୟକ୍ତି ଜଣଙ୍କ ଏକ ବିଶେଷ ଜନଜାତିରୁ ସମ୍ବନ୍ଧ ରଖିଛନ୍ତି ବୋଲି କୁହାଯାଉଛି ଯାହ ବିଲୁପ୍ତ ହୋଇଥିବା ବେଳେ କେବଳ ଏହି ଜଣେ ବ୍ୟକ୍ତି ବାକି ରହିଛନ୍ତି।

ଭିଡ଼ିଓ ସହିତ ଏକ କ୍ୟାପସନ ମଧ୍ୟ ରହିଛି ଯେଉଁଥିରେ ଲେଖାଯାଇଛି, ପୂର୍ବରୁ ଏହି ବ୍ୟକ୍ତିଙ୍କ ଫଟୋ ୧୯୯୦ ମସିହାରେ ଏକ ଭିଡ଼ିଓ ନିର୍ମାତାଙ୍କ ଦ୍ବାରା ନିଆଯାଇଥିଲା। ଯେଉଁଥିରେ ବ୍ୟକ୍ତି ନିଜ ଚେହେରା ପତ୍ର ଫଛରେ ଲୁଚାଇଥିବା ନଜର ଆସିଥିଲା। ଶେଷଥର ତାଙ୍କର ଜୀବିତ ଥିବାର ପ୍ରମାଣ ଚଳିତ ବର୍ଷ ମଇ ମାସରେ ମିଳିଥିଲା। ଏହି ବ୍ୟକ୍ତିଙ୍କ ସୁରକ୍ଷା କରୁଥିବା ଦଳର ମୁଖ୍ୟ ଅଲଟେର ଅଲ୍ଗାୟର କହିଛନ୍ତି, ପ୍ରଥମେ ଆମେ ଏହି ଭିଡ଼ିଓକୁ ଶେୟାର କରିବା କଥା ଚିନ୍ତା କରିନଥିଲୁ କାରଣ ସେହି ବ୍ୟକିଙ୍କ ଠାରୁ ଏହାକୁ ଶେୟାର କରିବା ନେଇ ଆମକୁ ଅନୁମତି ନଥିଲା। କିନ୍ତୁ ଆମେ ଚାହୁଁଥିଲୁ ଜଙ୍ଗଲରେ ଏତେ ବର୍ଷ ଧରି ଜୀବନ ଅତିବାହିତ କରୁଥିବା ଏହି ବ୍ୟକ୍ତିଙ୍କ ବିଷୟରେ ସାଧାରଣ ଜନତା ଜାଣନ୍ତୁ। ଯିଏ ନିଜର ଅସ୍ତିତ୍ବ ପାଇଁ ଦୀର୍ଘ ବର୍ଷ ହେଲା ସଂଘର୍ଷ କରିଆସୁଛନ୍ତି।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଭିଡ଼ିଓକୁ ୨୦୧୧ମସିହାରେ ରେକର୍ଡ଼ କରାଯାଇଥିଲା । ଏବେ ଏହି ବ୍ୟକ୍ତିଙ୍କ ବୟସ ପାଖାପାଖି ୫୫-୬୦ ରହିଥିବ। କିନ୍ତୁ ସେ ବହୁତ ସୁସ୍ଥ ନଜର ଅସୁଛନ୍ତି। ଇଣ୍ଡିୟାନ ଫାଉଣ୍ଡେସନର ଟିମ୍ ୧୯୯୬ ମସିହାରୁ ଲଗାତାର ତାଙ୍କ ଉପରେ ନଜର ରଖିଆସୁଛନ୍ତି। ଏହି ଜନଜାତିର ପ୍ରାୟ ସମସ୍ତ ଲୋକ ୧୯୯୫-୯୬ ମଧ୍ୟରେ ମରିଯାଇଥିଲେ। ସେହି ସମୟରେ ଏହି ବ୍ୟକ୍ତି ଜଣଙ୍କ ଏକୁଟିଆ ଜଙ୍ଗଲରେ ରହିଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.