ଆଜିଠୁ ମୋଦିଙ୍କ ୫ ଦିନିଆ ବିଦେଶ ଗସ୍ତ : ଫୋକସରେ ଆଫ୍ରିକୀୟ ଦେଶ

ନୂଆଦିଲ୍ଳୀ : ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୫ ଦିନିଆ ବିଦେଶ ଗସ୍ତ ଆରମ୍ଭ ହେଉଥିବା ବେଳେ ଏଥର ଫୋକସରେ ଆଫ୍ରିକୀୟ ଦେଶ ରହିଛି। ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ମୋଦି ଦକ୍ଷିଣ ଆଫ୍ରିକା ଯିବେ। ତା ପୂର୍ବରୁ ସେ ରୱାଣ୍ଡା ଓ ଉଗାଣ୍ଡା ଗସ୍ତ କରିବେ। ପ୍ରଥମ ଥର ଲାଗି ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ରୱାଣ୍ଡା ଗସ୍ତ କରିବେ । ଏହି ଅବସରରେ ରୋୱାଣ୍ଡାକୁ କୃଷି କ୍ଷେତ୍ର ଓ ଶିଳ୍ପ କ୍ଷେତ୍ର ପାଇଁ ଶହେ ମିଲିୟନ ଡଲାର ଲେଖାଏଁ ସହାୟତା ପ୍ରଦାନ କରାଯିବ।

ସେହିପରି ଦୁଇ ଦିନିଆ ଗସ୍ତ ପରେ ମୋଦି ୨୪ ତାରିଖ ଦିନ ଉଗାଣ୍ଡାରେ ପହଞ୍ଚିବେ । ଉଗାଣ୍ଡା ପାର୍ଲାମେଣ୍ଟରେ ସେ ଉଦ୍ବୋଧନ ଦେବାର କାର୍ୟ୍ୟକ୍ରମ ରହିଛି। ଉଗାଣ୍ଡାକୁ ମଧ୍ୟ ଭାରତ ପକ୍ଷରୁ ୧୬୪ ମିଲିୟନ ଡଲାର ସହାୟତା ରାଶି ପ୍ରଦାନ କରାଯିବ । ଗସ୍ତର ଶେଷ ପର୍ୟ୍ୟୟରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଦକ୍ଷିଣ ଆଫ୍ରିକ ଯିବେ। ବ୍ରାଜିଲ, ଋଷ, ଚୀନ ଓ ଦକ୍ଷିଣ ଆଫ୍ରିକା ନେତାଙ୍କ ସହ ଶାନ୍ତି ଓ ସୁରକ୍ଷା ସହ ବିଶ୍ୱର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ମୋଦିଙ୍କର ଏହା ଦ୍ୱିତୀୟ ଆଫ୍ରିକୀୟ ମହାଦେଶ ଗସ୍ତ। ପୂର୍ବରୁ ୨୦୧୬ରେ ମୋଜମ୍ବିକ, ଦକ୍ଷିଣ ଆଫ୍ରିକା, ତାଞ୍ଜାନିଆ ଓ କେନିଆ ଗସ୍ତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.