ମୋଦିଙ୍କୁ ଭୋଟ୍‌ ଦେବା ଲାଗି ବିଦେଶରୁ ଚାକିରି ଛାଡ଼ିଲେ ଯୁବକ, ଜାଣନ୍ତୁ କଣ କହିଲେ

ବେଙ୍ଗାଲୁରୁର ଜଣକ ଯୁବକ ଯିଏ ଅଷ୍ଟ୍ରେଲିଆରେ ଚାକିରି କରନ୍ତି, ତେବେ ନରେନ୍ଦ୍ର ମୋଦିଙ୍କୁ ଭୋଟ୍‌ ଦେବା ପାଇଁ ବିଦେଶରେ କରିଥିବା ଚାକିରି ଛାଡ଼ି ଦେଇଛନ୍ତି । ଯୁବକ ଜଣକ ହେଉଛନ୍ତି ସୁଧୀନ୍ଦ୍ର ହିବ୍ବର ନାମକ ଜଣେ ବ୍ୟକ୍ତି ସିଡନରେ ସ୍କ୍ରିନିଙ୍ଗ ଅଫିସର ଭାବେ ଚାକିରି କରିଥିଲେ । ଗତ ଏକ ବର୍ଷ ହେବ ସେ ସିଡନୀ ଏୟାରପୋର୍ଟରେ କାମ କରୁଛନ୍ତି । ଗତ ଅପ୍ରେଲ ୫ରୁ ୧୨ ଅପ୍ରେଲ ପର୍ଯ୍ୟନ୍ତ ଛୁଟିରେ ଆସିଥିଲେ ସୁଧୀନ୍ଦ୍ର । ଏହି ଅବସରରେ ସ୍ଥାନୀୟ ନେହେରୁ ମୈଦାନରେ ପ୍ରଧାନ ମନ୍ତ୍ରୀ ମୋଦିଙ୍କ ଭାଷଣ ଶୁଣିବାକୁ ଲୋକମାନଙ୍କର ବିରାଟ ଗହଳି ଲାଗିଥିଲା । ସେଠାରେ ସେ ମୋଦିଙ୍କ କାର୍ଯ୍ୟଧାରାର ଭାଷଣ ଶୁଣିଥିଲେ ଓ ଜାଣିବାକୁ ପାଇଥିଲେ ମୋଦିଙ୍କ ପାଇଁ ଭାରତର ସବୁକ୍ଷେତ୍ରରେ ଉନ୍ନତି ହୋଇଛି। ତେଣୁ ସେ ସେହି ସମୟରେ ନିଷ୍ପତ୍ତି ନେଇଥିଲେ ଯାହା ହୋଉନା କାହିଁକି ସେ ମୋଦିଙ୍କୁ ହିଁ ଭୋଟ ଦେବେ ।
ହେଲେ ସୁଧୀନ୍ଦ୍ର ହିବ୍ବରଙ୍କ ଆଗରେ ସବୁଠୁ ବଡ ସମସ୍ୟା ରୂପେ ଛିଡା ହୋଇଥିଲା ତାଙ୍କ ଚାକିରି । କାରଣ ୧୨ ତାରିଖରେ ତାଙ୍କ ଛୁଟି ଶେଷ ହେଉଥିଲା । ସିଡନୀ ଏୟାର ପୋର୍ଟରେ ଇଷ୍ଟର ଓ ରମଜାନରେ ଯାତ୍ରୀମାନଙ୍କ ବହୁଳ ଯାତାୟାତ କାରଣରୁ ତାଙ୍କ ପାଇଁ ଅଧିକ ଦିନ ଛୁଟିରେ ରହିବା ସମ୍ଭବ ହୋଇ ପାରୁନଥିଲା । ତେବେ ସେ ମୋଦିଙ୍କୁ ଭୋଟ୍‌ ଦେବା ପାଇଁ ନିଷ୍ପତ୍ତି ନେଇ ସାରିଥିବାରୁ ସ୍ଥିର କଲେ ଯେ ଚାକିରିକୁ ଅଲବିଦା କହିଦେବେ ପଛେ ମୋଦିଙ୍କୁ ଭୋଟ୍‌ ଦେବାର ସୁଯୋଗକୁ ହାତ ଛଡା କରିବେ ନାହିଁ । ଆଉ ଶେଷରେ ସେଇଆ ହିଁ କଲେ ସୁଧୀନ୍ଦ୍ର । ଏବେ ସେ ଭୋଟ୍‌ ଦେବା ପାଇଁ ଘରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.