ଭିକାରୀଙ୍କୁ ଦାନ ନଦେଇ ଯୁବକ କଲେ ଏମିତି କାମ, ଭିକାରୀ ହୋଇଗଲେ ରୋଜଗାରକ୍ଷମ

ଲକ୍ଷ୍ନୌ: ସଡକରେ ଯେତେବେଳେ ଆମେ ଏକ ଭିକାରୀକୁ ଭିକ୍ଷା ମାଗୁଥିବାର ଦେଖିୁ ସେତେବେଳେ ଦୟା ଦେଖାଇ ଆମେ ତାକୁ କିଛି ପଇସା ଦେଇଥାଉ । କିନ୍ତୁ ଥରେ ଭିବିଲେ ସେମାନଙ୍କୁ ଗୋଟିଏ ଥର ଖାଇବାକୁ ଦବା ବଦଳରେ ଯଦି ସବୁଦିନ ଖାଇବା ପାଇଁ ବ୍ୟବସ୍ଥ କରାଯାଏ ତେବେ କେତେ ପୁଣ୍ୟ ମିଳନ୍ତା । ଏମିତି କିଛି କାମ କାରିଛନ୍ତି ହରଦୋଇର ଶରଦ ପଟେଲ ନାମକ ଏକ ଯୁବକ । ୬ ବର୍ଷ ତଳେ ଜଣେ ପଚାସ ବର୍ଷର ଭିକାରୀ ୧୦ ଟଙ୍କା ଖାଇବାକୁ ମାଗିବା ବେଳେ ଶରଦ ତାଙ୍କୁ ୨୦ ଟଙ୍କାର ପୁରି କଚୋଡ଼ି ଖାଇବାକୁ ଦେଇଥିଲେ । ହେଲେ ଖାଇବାକୁ ଦେବା ପରେ ଶରଦଙ୍କୁ ସେ ଭିକାରୀଙ୍କ ସରଳ ଚେହେରା ବାରମ୍ବାର ମନରେ ଆସୁଥିଲା ଆଉ ଏହି ଭଳି ଭିକାରୀ ମାନଙ୍କୁ ତାଟିଆ ଚାଉଳ ଖାଇବାକୁ ଦେବା ପରିବର୍ତ୍ତେ କିଭଳି ସେମାନେ ସେତିକି ଚାଉଳ ନିଜ ରୋଜଗାରରେ ଖାଇପାରିବେ ସେ ଚିନ୍ତା ମୁଣ୍ଡରେ ଘାରିଥିଲା ।

ପ୍ରଥମେ ଶରଦ ତଥ୍ୟ ସଂଗ୍ରହ କଲେ ସହରରେ କେତେଜଣ ଭିକାରୀ ଅଛିନ୍ତି । ଆଉ ଆରଟିଆଇରେ ବେଗର୍ସ ହୋମର ସୁଚନା ଆଣିଲେ , ତାପରେ ଜାଣିବାକୁ ପାଇଲେ ସହରରେ ସମୁଦାୟ ୮ ଟି ବେଗର୍ସ ହୋମ ଅଛି । କିନ୍ତୁ ଏହି ବେଗର୍ସ ହୋମ ଜରାଜୀର୍ଣ୍ଣ ହୋଇ ଅଛି । ଆଉ କେହି ଭିକାରୀ ଏହି ବେଗର୍ସ ହୋମରେ ରହୁନଥିବା ବେଳେ ଏହି ବେଗର୍ସ ହୋମ ପାଇଁ ମାସୀକ ୪୦ଲକ୍ଷ ଟଙ୍କା ସରକାରଙ୍କ ତରଫରୁ ଖର୍ଚ୍ଚ କରାଯାଉଛି ।

୨୦୧୪ରେ ଶରଦ ନିଜର ଦୁଇଜଣ ସାଥୀ ମହେନ୍ଦ୍ର ଓ ଜୟଦୀପଙ୍କ ସହ ମିଶି ଭିକାରୀଙ୍କ ପାଇଁ କାମ କରିବା ଅରମ୍ଭ କରିଥିଲେ । ସୋମନେ ଏହି କାମର ନାମ ଦେଇଥିଲେ ଭିକ୍ଷାବୃତ୍ତି ମୁକ୍ତି ଅଭିଯାନ । ଆଉ ଶରଦ ଏହି ସଂଗଠନର ସଂଯୋଜକ ହେଇଥିଲେ । ପରେ ସେମାନେ ଏହି ସଂସ୍ଥାଟିର ନାମକୁ ‘ବଦଲାବ’ ବୋଲି ଦେଇଥିଲେ । ଶାରଦା କହିଥିଲେ ସେମାନେ ୧ବର୍ଷ ପର୍ଯ୍ୟନ୍ତ ଭିକାରୀଙ୍କ ସହିତ ମଧୁର ସଂପର୍କ ରଖିବାକୁ ଲାଗିଲେ । ଯାହା ତାଙ୍କ ପାଇଁ କଠିନ ପରିଶ୍ରମ ଥିଲା । କାରଣ ଅଧିକ ସଂଖ୍ୟକ ଭିକାରୀ ଭିକ୍ଷାବୃତ୍ତି ଛାଡି କାମ କରିବାକୁ ପସନ୍ଦ କରୁନଥିଲେ ଓ ନିଶାସକ୍ତ ହୋଇ ସମାଜର ମୁଖ୍ୟ ସ୍ରୋତରୁ ଦୁରରେ ଥିଲେ ।

ଶରଦଙ୍କ ସଫଳତା ସେହି ସମୟରେ ମିଳିଲା ଯେତେବେଳେ ଦୁଇଜଣ ଭିକାରୀ ଶରଦଙ୍କ ପ୍ରସ୍ତାବକୁ ସ୍ବିକାର କରି ଭିକ୍ଷାବୃତ୍ତି ଛାଡି ଦେବାକୁ ନିଷ୍ପତ୍ତି ନେଇଥିଲେ । ସେହି ଦୁଇଜଣ ଭିକାରୀଙ୍କ ଠାରୁ ପ୍ରେରଣା ପାଇ ଆହୁରୀ ୯ ଜଣ ଭିକାରୀ ଭିକ୍ଷାବୃତ୍ତି ଛାଡିବାକୁ ଶପଥ ନେଲେ । ଏହି ଭଳି ଶରଦଙ୍କ ପରିଶ୍ରମରେ ୧୨୯ ଭିକାରୀ ଭିକ ଭାଗିବା ଛାଡି ଦେଇଥିଲେ । ଏମାନଙ୍କ ମଧ୍ୟରୁ ୫୫ ବୟସ୍କ ଭିକାରୀ ଛୋଟ ଧରଣର ବେପାର କରି ପେଟ ପୋଷୁଛନ୍ତି ଆଉ ୭୪ ଜଣ କମ ବୟସ୍କ ଭିକାରୀଙ୍କୁ ଲକ୍ଷ୍ନୌର ଦୁବଗ୍ଗା ଅଞ୍ଚଳରେ ‘ବଦଲବା’ ପାଠଶାଳାରେ ପଢାଯାଉଛି ।

ବଡକଥା ଏହା ହେଲା ଶରଦ ଓ ତାଙ୍କ ସାଥିମାନେ କାହାକୁ ବି ଜବରଦସ୍ତ ଭିକ୍ଷାବୃତ୍ତି କରିବାକୁ ଛାଡିନାହାନ୍ତି । ଭିକାରୀ ମାନେ ଭିକ୍ଷାବୃତ୍ତି କେମିତି ଛାଡିବେ ସେଥିପାଇଁ ସେମାନଙ୍କୁ ଆଚାର ଚାଲିଚଳନର ଶିକ୍ଷା ଦିଆଯାଇଥିଲା । ଏହା ଦ୍ବାରା ଭିକାରୀ ମାନଙ୍କ ଚାଲି ଚଳଣ ବଦଳି ଯାଇଥିଲା । ସେମାନଙ୍କ ଭିତରେ କାମ କରିବାର ଇଚ୍ଛା ଶକ୍ତି ଯାତ ହୋଇଥିଲା । ବହୁ ସଂଖ୍ୟାରେ ଭିକାରୀ ନିଜର ରକ୍ତ ବିକ୍ରୀ କରି ନିଶାସେବନ କରିବାରେ ଅଭ୍ୟସ୍ତ ଥିଲେ । ତେଣୁ ଏହାକୁ ଛଡାଇବା ପାଇଁ କାଉନସିଲିଂର ସାହାର୍ଯ୍ୟ ଲୋଡା ଯାଇଥିଲା । ଯେବେ ଏହି ଭିକାରୀ ମାନେ ରୋଜଗାର କରିବାକୁ ଲାଗିଲେ ସେତେବେଳେ ଏମାନଙ୍କ ପାଇଁ ପୁଣି ଏକ ଅସୁବିଧା ସାମ୍ନାକୁ ଆସିଥିଲା । ଯେହେତୁ ଏମାନଙ୍କ ପାଖରେ ରହିବାକୁ ଘର ନଥିଲା ତେଣୁ ସେମାନେ ଯେକୌଣସି ଜାଗାରେ ଶୋଇଯାଉଥିଲେ । ଆଉ ଏହି କାରଣରୁ ଅନେକ ଥର ସେମାନଙ୍କ ଟଙ୍କା ଓ ଆସବାବ ପତ୍ର ଚୋରି ହୋଇଯାଉଥିଲା । ଏଥିପାଇଁ ଶରଦଙ୍କୁ ବହୁ ସଂଘର୍ଷ କରି ଅସ୍ଥାଇ ସେଲଟର ହୋମ ଟିଏ ନିର୍ମାଣ କରିବାକୁ ପଡିଥିଲା । ଆଉ ଶରଦଙ୍କୁ ବହୁ ସମୟ ସେହି ସେଲଟର ହୋମରେ ସମାନଙ୍କ ସାଥିରେ ରହି ସମସ୍ୟ ବୁଝିବାକୁ ପଡୁଥିଲା ।

ପୁଣିଥରେ ପୁରୁଣା ଧନ୍ଦାକୁ ନଯିବା ପାଇଁ କରାଯାଇଥିଲା ବ୍ୟବସ୍ଥା

ଭିକ୍ଷା ମାଗିବା ଛାଡିଥିବା ଏହି ଲୋକଙ୍କୁ ପୁଣି ଥରେ ଏହି ଧନ୍ଦାକୁ ନଯିବା ବହୁତ ବଡ ଚ୍ୟାଲେଞ୍ଜ ଥିଲା । ଏଥିପାଇଁ ସେମାନଙ୍କୁ ପୁରା ସମୟ ବ୍ୟସ୍ତ ରଖିବାକୁ ପଡୁଥିଲା ।ଆଉ ରୋଟିନ କରି ସମସ୍ତଙ୍କ ଦାୟିତ୍ବ ବଣ୍ଟା ଯାଉଥିଲା । ସକାଳୁ ଉଠି କିଛି ଲେକା ସଫା ସୁତୁରା କରନ୍ତି କିଛି ଲୋକ କ୍ଷୀର ଇତ୍ୟାଦି ଆଣିବାକୁ ଯାଆନ୍ତି । ‘ଚା’ ଜଳଖିଆ ତିଆରୀ କରନ୍ତି । ଆଉ ପରେ ସମସ୍ତେ ନିଜ କାମରେ ବାହାରି ଯଆନ୍ତି । ଆଉ ସନ୍ଧ୍ୟାରେ ଘରକୁ ଆସି ସେଲଟର ହୋମର କାମ ବୁଝନ୍ତି । ଆଉ ରାତିରେ ଖାଦ୍ୟ ଖାଇ ସାରି ଶୋଇବା ବେଳେ ଏକ ଛୋଟ ମିଟିଙ୍ଗ କରନ୍ତି । ଏଥିରେ ସମାଜର ଅନ୍ୟ ସମସ୍ୟା ସମାଧାନକୁ ଆଲୋଚନା କରାଯାଏ ।ରବିବାର ଦିନ ସେମାନେ କିଛି ସାମାଜିକ ସମସ୍ୟା ଉପରେ କାମ କରନ୍ତି । ଶରଦଙ୍କ ଟିମ ଭିକାରୀଙ୍କ ସହ କଥାବାର୍ତ୍ତା ହୋଇ ସମାଜର ୧୨ ସମସ୍ୟା ଚିହ୍ନଟ କରନ୍ତି । ଯାହା ଉପରେ ପୁରା ବର୍ଷ କାମ କରିହେବ । ସବୁ ମାସାରେ ଏକ ସମସ୍ୟା ଉପରେ ଫୋକସ କରାଯାଏ ।ଏହି ଭଳି ଭାବେ ଭିକାରି ମାନଙ୍କ ଜୀବନଶୈଳୀକୁ ଶରଦ ପୁରା ପରିବର୍ତ୍ତନ କରିଦେଇଛନ୍ତି । ଆଉ ସେଥିପାଇଁ ତାଙ୍କୁ ସବୁ ମହଲରୁ ମିଳିଛି ଅଜସ୍ର ପ୍ରସଂଶା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.