୨୧ ବର୍ଷ ପରେ ଭାରତର ଏହି ସ୍ୱାଧୀନତା ସଂଗ୍ରାମୀ ନେଇଥିଲେ ଜଲିୟାଁଓ୍ଵାଲା ବାଗ ନରସଂହାରର ପ୍ରତିଶୋଧ, ଜାଣନ୍ତୁ କିଏ ସେ ସୁପୁତ୍ର

ପଞ୍ଜାବ ଅମୃତସର ଜଲିୟାଁଓ୍ଵାଲା ବାଗ ନରସଂହାର ଘଟଣାକୁ ୧୦୦ ବର୍ଷ ପୂରିଛି । ୧୩ ଅପ୍ରେଲ ଦିନଟ ିଦେଶ ସ୍ବାଧୀନତା ଇତିହାସର ସବୁଠାରୁ ଦୁଃଖଦ ଘଟଣା ଭାବେ ମନେ ରହିଛି । ୧୩ ଅପ୍ରିଲ ୧୯୧୯ରେ ଜଲିୟାଁଓ୍ଵାଲା ବାଗରେ ରୈଲଟ ଆକ୍ଟ ବିରୋଧରେ ଏକ ଶନ୍ତିପୂର୍ଣ୍ଣ ସଭା ହେଉଥିଲା । ଆଉ ସେହି ସମୟରେ ଇଂରେଜମାନେ ନିରୀହ ଲୋକଙ୍କ ଉପରକୁ ଆଖିବୁଜାଗୁଳିବର୍ଷ କରିଥିଲେ । ପ୍ରାୟ ହଜାରେ ଲୋକଙ୍କର ମୃତ୍ୟୁ ହୋଇଥିଲା ସେତେବେଳର ଏହି ଲୋମହର୍ଷଣକରୀ ନରସଂହାର ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା । ହେଲେ ଏହି ଘଟଣା ସହ ଜଡ଼ିତ ଆଉ ଏକ ଘଟଣାକୁ ଜାଣିବା ନିହାତି ଜରୁରୀ ।
ଜେନେରାଲ ଓ’ଡାୟାରଙ୍କ ନିର୍ଦ୍ଦେଶରେ ବ୍ରିଟିଶ ସିପାହୀମାନେ ଗୁଳି ଚଳାଇଥିଲେ । ସଭା ଚାଲିଥିବା ସ୍ଥାନରେ ମାତ୍ର ଗୋଟିଏ ରାସ୍ତା ଥିଲା । ସେହିପଟୁ ଗୁଳି ବର୍ଷଣ ହେଲା । ଯିବାକୁ ରାସ୍ତା ନପାଇ ଅନେକ ଲୋକ ସେଠାରେ ଥିବା କୂଅକୁ ଡେଇଁ ପଡ଼ିଥିଲେ । ହେଲେ ତଥାପି ତ୍ରାହି ପାଇ ନଥିଲେ ବର୍ବର ବ୍ରିଟିଶ ସିପହୀଙ୍କ ବନ୍ଧୁକ ଗୁଳିରୁ । ସ୍ୱାଧୀନତା ସଂଗ୍ରାମକୁ ଦମନ କରିବା ଲାଗି ଓ’ଡାୟାରଙ୍କର ଏହା ଏକ ଷଡ଼ଯନ୍ତ୍ର ଥିଲା ବୋଲି କୁହାଯାଏ ।
ଏହି ଘଟଣାକୁ ସାରା ବିଶ୍ୱ ନିନ୍ଦା କରିଥିଲା । ଏମିତିକି ବ୍ରିଟେନ୍ରେ ମଧ୍ୟ ତୀବ୍ର ସମାଲୋଚନା କରାଯାଇଥିବା ଓ’ଡାୟାରଙ୍କ ଏଭଳି କାର୍ଯ୍ୟକଳାପକୁ । ଏହା ପରେ ତାଙ୍କୁ ଭାରତରୁ ଫେରାଇ ନିଆଯାଇଥିଲା । ହେଲେ ତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ତେବେ ପ୍ରତିଶୋଧର ନିଆଁ ଜଳୁଥିଲା ପଞ୍ଜାବର ଜାଣ ଯୁବ ସର୍ଦ୍ଦାର ଉଦ୍ଧମ ସିଂହଙ୍କ ମନରେ । ପ୍ରତିଶୋଧ ନେବାର ବାଟ ଖୋଜୁଥିଲେ । ଆଉ ସୁଯୋଗ ମିଳିଲା ୨୧ ବର୍ଷ ପରେ । ଜାଲିୟାଁଓ୍ଵାଲାବାଗ ନରସଂହାରର ପ୍ରତିଶୋଧ ନେବା ପାଇଁ ଉଦ୍ଧମ ସିଂହ ଲଣ୍ଡନ ପହଞ୍ଚି ଯାଇଥିଲେ । ୧୩ ମାର୍ଚ୍ଚ ୧୯୪୦ରେ ଲଣ୍ଡନର କ୍ୟାକଷ୍ଟନ ହଲରେ ଇଷ୍ଟ ଇଣ୍ଡିଆ ଆସୋସିଏସନ ଓ ରୟାଲ ସେଣ୍ଟ୍ରାଲ ଏସିଆନ ସୋସାଇଟିର ଏକ ବୈଠକ ଚାଲିଥିଲା । ଏହି ସମୟରେ ଉଦ୍ଧମ ସିଂହ ସଭା ଗୃହକୁ ପଶି ଓ’ଡାୟାରଙ୍କୁ ଗୁଳି କରି ହତ୍ୟା କରିଥିଲେ। ଯେଉଁଥି ପାଇଁ ଉଦ୍ଧମ ସିଂହଙ୍କୁ ଫାଶି ଦିଆଯାଇଥିଲା ।
ପ୍ରତିଶୋଧ ନେବା ଲାଗି ଉଦ୍ଧମ ସିଂହ ଦେଶ ଦେଶ ବୁଲିଥିଲେ । ୬ଟି ଗୁଳିଥିବା ପିସ୍ତଲ କିଣିଥିଲେ । ଏକ ବହି ଭିତର ପୃଷ୍ଠାକୁ କାଟି ତା ଭିତରେ ପିସ୍ତଲ ଲୁଚାଇ ରଖି ସଭା ଗୃହରେ ପହଞ୍ଚିଥିଲେ । ଆଉ ଓ’ଡାୟାରଙ୍କୁ ଗୁଳି ମାରିବା ପରେ ସଭାଗୃହରେ ହିଁ ନିଜ ଜାଗାରେ ଠିଆ ହୋଇ ରହିଥିଲେ । କାରଣ ମୃତ୍ୟୁକୁ ତାଙ୍କର ଭୟ ନଥିଲା । ଉଦ୍ଧମଙ୍କ ସାହସିକତାକୁ ସାରା ଦେଶ ସଲାମ୍ କରିଥିଲା । ତାଙ୍କୁ ସହିଦର ମାନ୍ୟତା ଦେଇଥିଲା ।
୧୮୯୯ ଡିସେମ୍ବର ୨୬ ତାରିଖରେ ପଞ୍ଜାବର ସୁନାମରେ ତାଙ୍କର ଜନ୍ମ ହୋଇଥିଲା । ପିଲା ବେଳର ନାଁ ଥିଲା ଶେର ସିଂହ । ତେବେ ଖୁବ୍ କମ୍ ବୟସରେ ବାପା ମାଆଙ୍କୁ ହରାଇବା ଯୋଗୁଁ ତାଙ୍କୁ ଓ ତାଙ୍କ ଭାଇଙ୍କୁ ଅନାଥାଶ୍ରମରେ ରହିବାକୁ ପଡ଼ିଥିଲା । ସେଠାରେ ତାଙ୍କ ନାଁ ରହିଲା ଉଦ୍ଧମ ସିଂହ । ୧୯୧୮ ମସିହାରେ ଉଦ୍ଧମ ମାଟ୍ରିକ୍ ପାସ୍ କରିବା ପରେ ଅନାଥାଶ୍ରମରୁ ଚାଲି ଆସିଥିଲେ । ସେ ଭଗତ ସିଂହଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ । ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ବ୍ରିଟିଶ୍ ବିରୋଧୀ ଗଦ୍ଦର ପାର୍ଟିରେ ସାମିଲ ହୋଇଥିଲେ । ବିଦେଶରେ ଭାରତୀୟମାନଙ୍କୁ ଏକାଠି କରିବା ସହ ଅସ୍ତ୍ରଶସ୍ତ୍ର ସଂଗ୍ରହ କରୁଥିଲେ । ତେବେ ଭଗତ ସିଂହଙ୍କ ନିର୍ଦ୍ଦେଶରେ ତାଙ୍କୁ ଭାରତ ଫେରିବାକୁ ପଡ଼ିଥିଲା । ୧୯୩୧ରେ ସେ ଫେରିବା ପରେ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଉଦ୍ଧମଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ହେଲା । ୧୯୩୪ରେ ଜେଲ୍ରୁ ଖଲାସ ହେବା ପରେ ତାଙ୍କ ଉପରେ ପୋଲିସ୍ କଡ଼ା ନଜର ରଖିଲା । ଏହା ସତ୍ତ୍ୱେ ସେ ପୋଲିସ୍ ଆଖିରେ ଧୂଳି ଦେଇ କଶ୍ମୀର ପଳାଇ ଯାଇଥିଲେ । ସେଠାରୁ ସେ ଜର୍ମାନୀ ପଳାଇଗଲେ ।
ଜର୍ମାନୀରୁ ଲଣ୍ଡନରେ ପହଞ୍ଚିବା ପରେ ଜଣେ ଇଞ୍ଜିନିୟର ଭାବେ କାମ କଲେ । ସେହିଠାରେ ତାଙ୍କର ପୂରା ନଜର ରହିଥିଲା ଓ’ଡାୟାରଙ୍କ ଉପରେ । ଶେଷରେ ୧୯୪୦ ମସିହା ମାର୍ଚ୍ଚ ୧୩ ତାରିଖରେ ତାଙ୍କୁ ସୁଯୋଗ ମିଳିଲା ଓ ସଭା ଗୃହ ଭିତରେ ଓ’ଡାୟାରଙ୍କୁ ଗୁଳି କଲେ । ତାଙ୍କ ସହ ମଞ୍ଚ ଉପରେ ଉପସ୍ଥିତ ଥିବା ଅନ୍ୟ କିଛି ବ୍ୟକ୍ତି ମଧ୍ୟ ଆହତ ହେଲେ । ଉଦ୍ଧମଙ୍କୁ ପୋଲିସ୍ ଗିରଫ କଲା ଓ ତାଙ୍କ ବିରୋଧରେ ମାମଲା ଚାଲିଲା । ଉଦ୍ଧମ ଜେଲ୍ ଭିତରେ ଥିବା ବେଳେ ତାଙ୍କ ନା କହିଥିଲେ ‘ରାମ ମହମ୍ମଦ ସିଂହ ଆଜାଦ’ । ୧୯୪୦ ଜୁଲାଇ ୩୧ ତାରିଖରେ ତାଙ୍କୁ ଫାଶି ଦିଆଯାଇଥିଲା । ଏବେବି ତାଙ୍କର ଦେହାବଶେଷ ଜାଲିୟାଁଓ୍ଵାଲା ବାଗରେ ରହିଛି । ପ୍ରତି ବର୍ଷ ଜୁଲାଇ ୩୧ରେ ତାଙ୍କର ଶ୍ରାଦ୍ଧ ବାର୍ଷିକୀ ପାଳିତ ହେଉଛି ।
୧୯୪୩ ରେ ଉଦ୍ଧମ ସିଂହ ଲଣ୍ଡନ ପହଞ୍ଚି ସେଠାରେ ୯ ଏଲଡର ଷ୍ଟ୍ରିଟ କମର୍ଶିୟାଲ ରୋଡରେ ରହିଥିଲେ । ସେଠାରେ ସେ ଯାତ୍ରା ଉଦେଶ୍ୟରେ ଏକ କାର କିଣିଥିଲେ ଓ ନିଜର ମିଶନ ପୁରଣ କରିବା ପାଇଁ ୬ ରାଉଣ୍ଡ ବାଲା ରିଭରବଲ କିଣିଥିଲେ । ତାପରେ ମାଇକେଲ ‘ଓ’ ଡବାୟାରଙ୍କୁ ଗୁଳିକରିବା ପାଇଁ ମୌକା ଅପେକ୍ଷାରେ ଥିଲେ ।
୧୩ ମାର୍ଚ୍ଚ ୧୯୪୦ରେ ଲଣ୍ଡନର କ୍ୟାକଷ୍ଟନ ହଲରେ ଇଷ୍ଟି ଇଣ୍ଡିଆ ଆସୋସିଏସନ ଓ ରୟାଲ ସେଣ୍ଟ୍ରାଲ ଏସିୟନ ସୋସାଇଟର ଏକ ବୈଠକ ଚାଲୁଥିଲା । ଯେଉଁଠିକୁ ଉଦ୍ଧମ ସିଂହ ହାତରେ ବହି ଖଣ୍ଡେ ଧରି ପହଞ୍ଚି ଥିଲେ । ସେ ସେହି ବହିଟିର ପୃଷ୍ଠାକୁ କାଟି ସେଥିରେ ବନ୍ଧୁକ ରଖିଥିଲେ ।
ତାଙ୍କର ମାମଲାର ଶୁଣାଣି ବେଳେ ଉଦ୍ଧମ ସିଂହ କହିଥିଲେ ଯେ ଓ’ଡାୟାର ଉପରେ ମୋର ଖୁବ୍ ରାଗ ଥିଲା । ସେ ବି ଏଭଳି ମୃତ୍ୟୁର ହକଦାର ଥିଲା । ଏଥିପାଇଁ ମୋତେ ୨୧ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା । ମୁଁ ଖୁସି ଯେ ମୋ ଶପଥ ପୂରଣ କରି ପାରିଲି । ମୋ ଦେଶ ପାଇଁ ମୁଁ ଜୀବନ ଦେଉଥିବାରୁ ବହୁତ ଖୁସି । ଏହାଠାରୁ ଆଉ ବଡ଼ ସମ୍ମାନ କଣ ମୋତେ ମିଳି ପାରିଥାନ୍ତା ? ତେବେ ଉଦ୍ଧମଙ୍କ ବକ୍ତବ୍ୟକୁ କୋର୍ଟ ବାହାରେ ପ୍ରକାଶ ନକରିବାକୁ ବିଚାରପତି ନିର୍ଦ୍ଦେଶ ଦେଇଥିଲେ ।