ପୁରୀ : ଟ୍ରକ ଭର୍ତ୍ତି ଗ୍ରାଇଣ୍ଡର ଓ ରେଫ୍ରିଜରେଟର ଜବତ କଲା ଫ୍ଲାଇଂ ସ୍କ୍ଵାଡ

ପୁରୀ : ଟ୍ରକ ଭର୍ତ୍ତି ଗ୍ରାଇଣ୍ଡର ଓ ରେଫ୍ରିଜରେଟର ଜବତ। ଜିଲ୍ଲା ଫ୍ଲାଇଂ ସ୍କ୍ଵାଡ ପକ୍ଷରୁ ଚଢଉ କରାଯାଇ ଏହାକୁ ଜବତ କରାଯାଇଛି। କଣାସ ବ୍ଲକ ନୁପୁରିଙ୍ଗା ଠାରେ ଚଢଉ ବେଳେ ଏହାକୁ ଜବତ କରାଯାଇଛି। ନିର୍ବାଚନ ପୂର୍ବରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ କିମ୍ବା ଭୋଟରଙ୍କୁ ପ୍ରଲୋଭିତ କରିବାକୁ ଏଗୁଡ଼ିକ ବାଣ୍ଟିବାକୁ ଅଣାଯାଇଥିବା ସନ୍ଦେହ କରାଯାଉଛି। ଘଟଣାର ଅଧିକ ତଦନ୍ତ କରାଯାଉଥିବା କହିଛନ୍ତି ପୁରୀ ଜିଲ୍ଲାପାଳ।