ଗତି ବଢାଇଲା ‘ଫନି’, ଘଣ୍ଟା ପ୍ରତି ୧୫କିଲୋମିଟର ବେଗରେ ଭୟଙ୍କର ରୂପ ଧାରଣ କରି ଓଡ଼ିଶା ମୁହାଁ

କେନ୍ୟୁଜ୍ : ଭୟଙ୍କର ରୂପ ଧାରଣ କରି ଓଡ଼ିଶା ମୁହାଁ ବାତ୍ୟା ଫନି। ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଆଗକୁ ଆଗକୁ ମାଡ଼ି ଆସୁଛି। ଆସନ୍ତାକାଲି ଅପରାହ୍ନରେ ପୁରୀ ନିକଟ ବାଲୁଖଣ୍ଡରେ ଏହା ସ୍ଥଳଭାଗ ଛୁଇଁବ। ‘ଫନି’ ବର୍ତ୍ତମାନ ଘଣ୍ଟା ପ୍ରତି ୧୫କିଲୋମିଟର ବେଗରେ ଉତ୍ତର, ଉତ୍ତର ପୂର୍ବ ଦିଗରେ ମୁହାଁଇଛି। ଫନି ବର୍ତ୍ତମାନ ପୁରୀଠାରୁ ୪୩୦ କିଲୋମିଟର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ୨୩୦ କିଲୋମିଟର ଦୂର ସମୁଦ୍ରରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ପାଣିପାଗରେ ପରିବର୍ତ୍ତନ ହୋଇଛି। ଆକାଶ ମେଘୁଆ ରହିବା ସହ ସନ୍ଧ୍ୟାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ।

cyclone (1)ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିମି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟରକୁ ମଧ୍ୟ ବୃଦ୍ଧି ପାଇପାରେ। ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ଫନିର ଅଧିକ ପ୍ରଭାବ ପଡ଼ିବ। ଏହି ସମୟରେ ସମୁଦ୍ରରେ ଦେଢ ମିଟର ଉଚ୍ଚର ଜୁଆର ଉଠିବ। ରାଜ୍ୟର ସମସ୍ତ ବନ୍ଦରରେ ଜାରି ହୋଇଛି ଦୁଇ ନମ୍ବର ବିପଦ ସଙ୍କେତ। ୩ ତାରିଖରେ ୧୪ଟି ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.