କେନ୍ୟୁଜ୍ : ବାତ୍ୟା ବିପନ୍ନଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ପ୍ରତି ଦିନ ଓଡ଼ିଶାକୁ ଲମ୍ବୁଛି ସହାୟତାର ହାତ । ଗତକାଲି ବାତ୍ୟା ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲଫ୍ ଫଣ୍ଡକୁ ଦାନ ଆକାରରେ ୩୦ଟି ସଂସ୍ଥା ପକ୍ଷରୁ ୧୧ କୋଟି ୫୨ ଲକ୍ଷ ଟଙ୍କା ମିଳିଛି । ଗୁଜୁରାଟ ସରକାରଙ୍କ ପକ୍ଷରୁ ସିଏମ୍ ରିଲିଫ୍ ଫଣ୍ଡକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ସଚିବାଳୟରେ ଗୁଜୁରାଟ ଶିକ୍ଷା ଓ ଆଇନ ମନ୍ତ୍ରୀ ଭୂପେନ୍ଦ୍ର ସିଂ ଚୂଡ଼ାସାମା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚେକ୍ ପ୍ରଦାନ କରିଛନ୍ତି । ସେହିପରି ନାଫେଡ୍ ପକ୍ଷରୁ ୧ କୋଟି ଟଙ୍କା, ଆର୍.ପି. ସାଓ ମାଇନ୍ସ ପକ୍ଷରୁ ୨ କୋଟି ଟଙ୍କା, ରାମକୋ ସିମେଣ୍ଟ ପକ୍ଷରୁ ୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ମେସ୍କୋ ଷ୍ଟିଲ୍ ପକ୍ଷରୁ ସିଏମ୍ ରିଲିଫ୍ ଫଣ୍ଡକୁ ୭୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିଭଳି ଏସଏମସି ପାୱାର ପକ୍ଷରୁ ୨୦ ଲକ୍ଷ, ଅଭିଶେକ କନଟେକ୍ ପକ୍ଷରୁ ୧୦ ଲକ୍ଷ ଟଙ୍କା, ୟୋଗଦା ସତସଂଗ ପକ୍ଷରୁ ୧୫ ଲକ୍ଷ ଟଙ୍କା, ଉତ୍କଳ କୋଅପରେଟିଭ ବ୍ୟାଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ଓ ରାଜ୍ୟ ସଚିବାଳୟ ସେବା ସଂଘ ୧ ଲକ୍ଷ ଟଙ୍କା ପ୍ରଦାନ କରିଛି । ଆଉ କିଛି ବ୍ୟକ୍ତି ବିଶେଷମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡଙ୍କୁ ଦାନ କରିଛନ୍ତି ।
Prev Post