ପ୍ରଶଂସା ସାଉଁଟିଲେ କେନ୍ଦ୍ରାପଡ଼ା ପୋଲିସ, ଜୀବନକୁ ବାଜି ଲଗାଇ ବାତ୍ୟା ବିପନ୍ନଙ୍କୁ ଉଦ୍ଧାର କରିଥିଲେ

କେନ୍ଦ୍ରାପଡ଼ା(କେନ୍ୟୁଜ୍) : ସେବା ଏବଂ ସହଯୋଗ ହେଉଛି ପୋଲିସର ଧର୍ମ । ଆଉ ଏହାକୁ ପୁଣିଥରେ ପ୍ରମାଣିତ କରିଛି କେନ୍ଦ୍ରାପଡା ପୋଲିସ । ଫନି ସମୟରେ ଲୋକେ ଯେତେବେଳେ ଆଶା ଆଶଙ୍କାରେ ଥିଲେ , ସେତେବେଳେ ଅଣ୍ଟା ଭିଡିଲା ପୋଲିସ । ନିଜ ଜୀବନକୁ ବାଜି ଲଗାଇ ବାତ୍ୟା ବିପନ୍ନଙ୍କୁ ସାହାଯ୍ୟ କଲେ । ଆଉ ଦେଲେ ମାନବିକତାର ନିଦର୍ଶନ ।

kendraparaଫନି ମୁକାବିଲା ପାଇଁ ଓଡ୍ରାଫ୍‌, ଏନଡିଆରଏଫ୍‌, ଅଗ୍ନିଶମବାହିନୀଙ୍କ ସହ ଅନେକ ସ୍ୱେଚ୍ଛାସେବୀ ସାମିଲ ହୋଇଥିବା ବେଳେ ପଛରେ ପଡିନି ଓଡ଼ିଶା ପୋଲିସ । ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ନିଷ୍ଠାପର ଭାବରେ କାମ କରି ଅନେକ ପ୍ରଶଂସା ସାଉଁଟିଛନ୍ତି କେନ୍ଦ୍ରାପଡ଼ା ପୋଲିସ କର୍ମଚାରୀ । ଫନି ସମୟରେ ଦେଖିବାକୁ ମିଳୁଥିଲା କେଉଁଠି ଗର୍ଭବତୀ ମହିଳାଙ୍କୁ ସହଯୋଗର ହାତ ବଢାଉଥିଲେ ତ ଆଉ କେଉଁଠି ବୃଦ୍ଧବୃଦ୍ଧା ଏବଂ ନିଷ୍ପାପ ଶିଶୁଙ୍କ ସୁରକ୍ଷା ଦାୟିତ୍ୱ ଥିଲା ତାଙ୍କ ଉପରେ ।

helpସହଯୋଗ ସମୟର ବିଭିନ୍ନ ଫଟୋ ଏବେ ଧିରେ ଧିରେ ଭାଇରାଲ ହେବାରେ ଲାଗିଛି । ଆଉ ତାକୁ ଦେଖି ମିଳୁଛି କେନ୍ଦ୍ରପଡା ପୋଲିସକୁ ଅନେକ ବାଃ ବାଃ । ନିଜକୁ ନିୟୋଜିତ କରିଥିଲା । ପୋଲିସ ଭାଇଙ୍କ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳ ଲୋକେ ତ ପ୍ରଶଂସା କରୁଛନ୍ତି, ତା ସହ କେନ୍ଦ୍ରାପଡା ଏସପି କହିଛନ୍ତି ଉଚିତ କାମ ପାଇଁ ଉଚିତ୍‌ ସମ୍ମାନ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.