ଭୋଟ୍‌ ଗଣତି ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ରିଟର୍ଣ୍ଣିଂ ଅଫିସରଙ୍କୁ ଦିଆଯାଉଛି ତାଲିମ, ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ଆଜି ଶେଷ ଦିନ

କେନ୍ୟୁଜ୍: ଆସନ୍ତା ୨୩ ତାରିଖରେ ଭୋଟ୍‌ ଗଣତି ପୂର୍ବରୁ ଭୁବନେଶ୍ୱରରେ ରିଟର୍ଣ୍ଣିଂ ଅଫିସରଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ଆଜି ଦ୍ୱିତୀୟ ତଥା ଶେଷ ଦିନ । ଗତକାଲି ପ୍ରଥମ ଦିନରେ ୧୪ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସରଙ୍କୁ ତାଲିମ ଦିଆଯାଇଛି । ଆଜିି ଅନ୍ୟ ୧୬ଟି ଜିଲ୍ଲାର ରିଟର୍ଣ୍ଣିଂ ଅଫିସର ଟ୍ରେନିଂ ନେବେ । କିପରି ଭୋଟ ଗଣତି କରାଯିବ ? କ’ଣ ରହିଛି ଆଇନଗତ ବିଧିବ୍ୟବସ୍ଥା ? କିଛି ସମସ୍ୟା ଉପୁଜିଲେ କିପରି ସମାଧାନ କରାଯିବ ? ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ରିଟର୍ଣ୍ଣିଂ ଅଫିସରଙ୍କୁ ଦିଆଯାଉଛି ତାଲିମ । ପ୍ରଶିକ୍ଷଣ ପାଇଁ ମଡେଲ କାଉଣ୍ଟିଂ ହଲ ବି ପ୍ରସ୍ତୁତ କରାଯାଇଛି ।

election ଗୋଟିଏ କାଉଣ୍ଟିଂ ହଲ୍‌ରେ ୭ଟି ଲୋକସଭା ଆସନ ଓ ୭ଟି ବିଧାନସଭା ଆସନ ପାଇଁ ଭୋଟ ଗଣତି ହେବ । VVPATରେ କାଉଣ୍ଟିଂ ଯୋଗୁ ଅଧିକ ସମୟ ଲାଗିବ । ତାତି ବଢୁଥିବାରୁ କାଉଣ୍ଟିଂ ହଲକୁ ଶୀତତାପ ନିୟନ୍ତ୍ରିତ କରାଯିବ । ତେବେ ବାତ୍ୟା ଫନି ପରେ EVM ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆସନ୍ତା ୧୫ରୁ ୧୮ ତାରିଖ ପର‌୍ୟ୍ୟନ୍ତ ଜିଲ୍ଲା ସ୍ତରର ନିର୍ବାଚନ ଅଧିକାରୀଙ୍କୁ ସମ୍ପୃକ୍ତ ଜିଲ୍ଲାରେ ଭୋଟ ଗଣତି ନେଇ ପ୍ରଶିକ୍ଷଣ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.