ଯାଜପୁର ଟାଉନ (କେ ନ୍ୟୁଜ୍ ) : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମହିମା ଉପରେ ଆଧାରିତ ଏକ ଅଡିଓ ଭଜନ ସିଡି ଉନ୍ମୋଚିତ ହୋଇଛି । ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲାପାଳ ରଂଜନ କୁମାର ଦାସ ଏହାକୁ ଉନ୍ମୋଚନ କରିବା ସହ ମା’ ବିରଜାଙ୍କ ମହିମା ପ୍ରଚାର ପ୍ରସାର ଦିଗରେ ଏହି ସିଡି ସହାୟକ ହେବ ବୋଲି କହିଥିଲେ ।
ଏହି ଅଡିଓ ସିଡିରେ ଜିଲ୍ଲାପାଳ ନିଜ ରଚିତ ୪ଟି ଗୀତ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ରଚିତ ଗୋଟିଏ ଏବଂ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ଦ୍ୱାରା ରଚିତ ୩ଟି ଗୀତ ସ୍ଥାନ ପାଇଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଦୀନେଶ ମଲ୍ଳିକ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କଣ୍ଠ ଦାନ କରିଚ୍ଥନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀଚରଣ, ସୁନିଲ କୁମାର, ଅରୁପମା ନାୟକ, ପ୍ରଦୀପ, ଅମୂଲ୍ୟ ଏବଂ ନବାଗତା ମୋନାଲିସା ଓଝା, ଅନୁଷ୍କା ଅନାମିକା ଓ ଅମ୍ରିତ ।