ଆଉ ଜଣେ ଅଭିନେତ୍ରୀ ହେବାକୁ ଯାଉଛନ୍ତି ପାକିସ୍ତାନର ବୋହୂ, ଜାଣନ୍ତୁ କିଏ

ମୁମ୍ବାଇ : ଭାରତୀୟ ଟେନିସ ଷ୍ଟାର ସାନିୟା ମିର୍ଜା ପାକିସ୍ତାନୀ କ୍ରିକେଟର ସୋଏବ ମଲିକ୍‌ଙ୍କୁ ବିବାହ କରିବା ପରେ ଏବେ ବଲିଉଡ ଜଣେ ଅଭିନେତ୍ରୀ ପାକିସ୍ତାନୀ ବୋହୂ ହେବାକୁ ଯାଉଛନ୍ତି। ସେ ଆଉ କିଏ ନୁହଁ, ଅଭିନେତ୍ରୀ ଜରିନ୍‌ ଖାନ। ଆଜ୍ଞା ହଁ, ଅଭିନେତ୍ରୀ ଜରୀନ ଖାନ ଖୁବ ଶୀଘ୍ର ପାକିସ୍ତାନୀ କ୍ରିକେଟର ଫଖର ଜମାନଙ୍କୁ ବିବାହ କରିବେ ବୋଲି ଜଣାପଡିଛି।

ମିଡିଆ ରିପୋର୍ଟ ମୁତାବକ, ଜରିନ୍‌ ଖାନ ଓ ଫଖର ଜମାନ ଏବେ ତାଙ୍କ ରିଲେସନସିପକୁ ନେଇ ଖୁବ ଗମ୍ଭୀର ଅଛନ୍ତି। ଏପରି ମଧ୍ୟ କୁହାଯାଉଛି ଦୁହେଁ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି। ତେବେ ଏନେଇ ଜରିନ ଏବଂ ଫଖରଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ।

Zareen_Fakhar

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହା ପୂର୍ବରୁ ଜରିନଙ୍କ ନାମ କ୍ରିକେଟର ସାହିଦ ଅଫ୍ରିଦିଙ୍କ ସହ ଯୋଡା ହେଉଥିଲା। ବର୍ତ୍ତମାନ ଫଖର ଜମାନ ମ୍ୟାଚ୍‌ରେ ବ୍ୟସ୍ତ ରହିଥିବା ବେଳେ ଜରିନଙ୍କ ଆଗାମୀ ଫିଲ୍ମ ବିଷୟରେ କୌଣସି ସୂଚନା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.