ନୂଆଦିଲ୍ଲୀ : ଚୀନର ବେଜିଂ ସ୍ଥିତ ଆମେରିକା ଦୂତାବାସ ନିକଟରେ ବିସ୍ପୋରଣ। ଏହି ବିସ୍ଫୋରଣ ଯୋଗୁ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଛି। ଭିସା ଆବେଦନ ପାଇଁ ଦୂତାବାସରେ ଚୀନ ନାଗରିକ ଭିଡ଼ ଜମାଇଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ଜଣେ ମଙ୍ଗୋଲିଆ ନାଗରିକ ବିସ୍ଫୋରଣ ଘଟାଇଥିବା କୁହାଯାଉଛି। ଆହତ ଅବସ୍ଥାରେ ତାକୁ ହସପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ଘଟାଇବାର କାରଣ କଣ ତାହା ଜଣାପଡ଼ିଛନ୍ତି। ଏସଂପର୍କରେ ଆମେରିକା ଦୂତାବାସ ପକ୍ଷରୁ ମଧ୍ୟ କିଛି କୁହାଯାଇନାହିଁ।