ବଲିଉଡ୍ ପରଦାକୁ ଆସିବେ ପୁନମ୍ ଧିଲୋନଙ୍କ ପୁଅ

ମୁମ୍ବାଇ : ବଲିଉଡ୍ ପରଦାରେ ଚମକିବେ ଆଉ ଜଣେ ଷ୍ଟାର ସନ୍। ବିଗତ ଦିନର ସୁନ୍ଦରୀ ନାୟିକା ପୁନମ୍ ଧିଲୋନଙ୍କ ପୁଅ ଅନମୋଲ ଠାକେରିଆ ଅଭିନୟ ଦୁନିଆରେ ପାଦ ଦେବା ପ୍ରସ୍ତୁତିରେ ରହିଛନ୍ତି। ତାଙ୍କୁ ଫିଲ୍ମରେ ଲଞ୍ଚ କରିବା ପାଇଁ ଯାଉଛନ୍ତି ବଲିଉଡ଼ର ପ୍ରସିଦ୍ଧ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲି। ପୂର୍ବରୁ ମଧ୍ୟ ସେ ସାଓ୍ଵରିଆ ଫିଲ୍କରେ ଷ୍ଟାର କିଡ଼ ରଣବୀର କପୁର ଓ ସୋନମ କପୁରଙ୍କୁ ଲଞ୍ଚ କରିଥିଲେ । ତେବେ ସମ୍ପୂର୍ଣ୍ଣ ଚୂଡ଼ାନ୍ତ ହୋଇ ନଥିଲେ ମଧ୍ୟ ଏହି ନୂଆ ଫିଲ୍ମର ନାଁ ‘ଟ୍ୟୁଜ୍ ଡେଜ୍ ଆଣ୍ଡ ଫ୍ରାଇଡେଜ୍’ବୋଲି ଶୁଣିବାକୁ ମିଳୁଛି। ଏକ ୱେବସାଇଟରେ ଏହି ଖବର ଆସିଛି । ଏମିତିକି ଫିଲ୍ମର ସୁଟିଂ ଲଣ୍ଡନରେ ଆରମ୍ଭ ହୋଇଯାଇଛି ବୋଲି ମଧ୍ୟ ସୂଚନା ରହିଛି। ପ୍ରଯୋଜକ ଅଶୋକ ଠାକେରିଆ ଓ ଅଭିନେତ୍ରୀ ପୁନମ ଧିଲୋନଙ୍କ ପୁଅ ହେଉଛନ୍ତି ଅନମୋଲ ।

Leave A Reply

Your email address will not be published.