ଭୁବନେଶ୍ବର ଆସୁଛି ସହିଦ ପୀଠର ମାଟି

ଭଦ୍ରକ : ଭୁବନେଶ୍ୱରରେ ନିର୍ମାଣ ହେବ ସହିଦ ସ୍ତମ୍ଭ । ଏଥି ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଶହୀଦ ପୀଠରୁ ମାଟି ଅଣାଯାଉଛି । ଭଦ୍ରକ ଜିଲ୍ଲାର ଐତିହାସିକ ଲୁଣିଆ ଗୁଳିକାଣ୍ଡର ସ୍ମାରକୀ ସ୍ତମ୍ଭ ନିକଟରୁ ମାଟି ଅଣାଯାଇଛି । ଏହି ଅବସରରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ସମାବେଶ ସ୍ଥଳରୁ ଏକ ଶୋଭାଯାତ୍ରା ବାହାରି ସହିଦ ସ୍ତମ୍ଭ ନିକଟରେ ପହଞ୍ଚିଥିଲା। ଏହି ପବିତ୍ର ମାଟି ସମସ୍ତଙ୍କ ପାଇଁ ଗର୍ବ ବୋଲି ବିଧାୟକ କହିଛନ୍ତି। ପୂର୍ବରୁ ଯାଜପୁର ସମେତ ରାଜ୍ୟର ଅନ୍ୟ ସ୍ଥାନରୁ ମଧ୍ୟ ସହିଦ ସ୍ମୃତିର ମାଟି ଅଣାଯାଇଛି । ଭୁବନେଶ୍ୱର ସହିଦ ସ୍ମୃତି ଭବନ ଠାରେ ଏହି ସ୍ମାରକୀ ନିର୍ମାଣ ହେବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.