ପୁରୀ: ମାଳତୀପାଟପୁର ଫ୍ଲାଏଓଭରରୁ ଖସି ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, ଜଣେ ଆହତ

ପୁରୀ(କେନ୍ୟୁଜ୍): ପୁରୀ ମାଳତୀପାଟପୁର ଫ୍ଲାଏଓଭରରୁ ଖସି ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭଦ୍ରକ ଭଣ୍ଡାରୀପୋଖରୀ ଅଞ୍ଚଳର ୩ ଯୁବକ ବାଇକରେ ପୁରୀ ଯାଉଥିବା ବେଳେ ମାଳତୀପାଟପୁର ଫ୍ଲାଏଓଭରରେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲେ । ପୁରୀ ସଦର ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.