ଭୁବନେଶ୍ବର(କେନ୍ୟୁଜ୍) : ବଢିଲା ଚୁକ୍ତିଭିତ୍ତିକ ଡାକ୍ତରଙ୍କ ବୟସ ସୀମା । ଅଧିକ ୨ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ବୟସସୀମା ୬୮ ଥିଲା । ଏହାକୁ ବୃଦ୍ଧି କରାଯାଇ ୭୦ କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି ।