ନିଷ୍ପତ୍ତି ବଦଳାଇଲେ ସରକାର : ୨୬ ନୁହେଁ, ଆସନ୍ତାକାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ୍‌

ଭୁବନେଶ୍ବର(କେନ୍ୟୁଜ୍): ୨୬ ତାରିଖ ନୁହେଁ, ଆସନ୍ତାକାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ୍‌ । ପାଗରେ ପରିବର୍ତ୍ତନ ଯୋଗୁଁ ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଅସହ୍ୟ ଗରମ ଯୋଗୁଁ ଆସନ୍ତା ୨୫ ତାରିଖ ଯାଏଁ ଖରା ଛୁଟିକୁ ବଢ଼ାଯାଇଥିଲା। ଜୁନ୍‌ ୨୬ରୁ ଖୋଲିଥାନ୍ତା ରାଜ୍ୟର ସମସ୍ତ ସ୍କୁଲ୍‌ । ପୂର୍ବରୁ ଜୁନ୍‌ ୧୯ରେ ସ୍କୁଲ ଖୋଲିବା ନେଇ ଘୋଷଣା ହୋଇଥିଲା। ଏବେ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି । ତେଣୁ ସରକାର ସ୍କୁଲ ଛୁଟିରେ କାଣ୍ଟଛାଣ୍ଟ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.