Below header

ମୋବାଇଲ୍ ଚୋରି ରୋକିବା ପାଇଁ ମୋଦି ସରକାରଙ୍କ ବଡ ପଦକ୍ଷପ, ଆଉ କାମ କରିବ ନାହିଁ ଚୋରି ହୋଇଥିବା ଫୋନ୍

ମୋବାଇଲ୍ ଚୋରି ରୋକିବା ପାଇଁ ମାଦି ସରକାର ଏକ ବଡ ପଦକ୍ଷପ ଉଠାଇବାକୁ ଯାଉଛନ୍ତି । ଦୂରସଞ୍ଚାର ମନ୍ତ୍ରାଳୟ, ସେଣ୍ଟ୍ରାଲ୍ ଇକ୍ବିପମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟର(CEIR) ଆରମ୍ଭ କରିବାକୁ ଯାଉଛି । ଏଥିରେ ଦେଶର ସବୁ ମୋବାଇଲ୍ ଫୋନସ୍ ର ୧୫ ଅଙ୍କ ବିଶିଷ୍ଟ ୟୁନିକ୍ ନମ୍ବର ଇଂଟରନ୍ୟାସନାଲ ମୋବାଲ୍ ଇକ୍ବିପମେଣ୍ଟ ଆଇଡେଣ୍ଟିଟି (IMEI)ର ଡାଟା ଥିବ । ତେବେ ମୋବାଇଲ୍ ଫୋନ୍ ଚୋରି ହେବା ସ୍ଥିତରେ ଏହି ନମ୍ବରର ଗୁରୁତ୍ବ ବହୁଳ ଭାବେ ବଢିଯାଇଥାଏ ।

mobileଆଗକୁ କିଛି ଦିନ ଭିତରେ ଯେଉଁ ଉପଭୋକ୍ତାଙ୍କ ମୋବାଇଲ୍ ଫୋନ୍ ହଜିଯାଏ କିମ୍ବା ଚୋରି ହୋଇଯାଏ ତେବେ ପୋଲିସ୍ ନିକଟରେ ରିପୋର୍ଟ ଦେବାପରେ ଏକ ହେଲ୍ପଲାଇନ୍ ନମ୍ବର ମାଧ୍ୟମରେ ଦୂରସଞ୍ଚାର ବିଭାଗ(DoT)କୁ ଏହି ବିଷୟରେ ସୂଚନା ଦେଇପାରିବେ । ଦୂରସଞ୍ଚାର ବିଭାଗ ଏହାପରେ IMEI ନମ୍ବରକୁ ବ୍ଳକଲିଷ୍ଟ୍ କରିଦେବେ । ଯାହାଦ୍ବାରା ଭବିଷ୍ୟରେ କୌଣସି ସେଲ୍ୟୁଲର ନେଟୱକ୍ କୁ ଆକ୍ସେସ୍ କରିବା କ୍ଷଣି ମୋବାଇଲ୍ ଡିଭାଇସ୍ ବ୍ଳକ୍ ହୋଇଯିବ। କେବଳ ବନ୍ଦ ହେବା ବ୍ୟତିତ ପୋଲିସ୍ ମୋବାଇଲ୍ ଟିକୁ ଟ୍ରାକ୍ କରିପାରିବ ।

Trueଏନେଇ ଦୂରସଞ୍ଚାର ବିଭାଗ ଜୁଲାଇ ୨୦୧୭ରେ ଏହି CEIR ଯୋଜନାକୁ ଲାଗୁ କରିବା ପାଇଁ ଘୋଷଣା କରିବା ପରେ ମହାରାଷ୍ଟ୍ରରେ ସବୁଠୁ ପ୍ରଥମେ ଏହାର ଟ୍ରାଏଲ୍ କରାଯାଇଥିଲା। ଯାହା ସଫଳ ହେବାପରେ ସରକାର ଏହାକୁ ବଡ ସ୍ତରରେ ଲଞ୍ଚ କରିବା ପାଇଁ ପଦକ୍ଷପ ନେଉଛନ୍ତି । ମୋବାଇଲ୍ ଚୋରି ଦ୍ବାରା ନାକେବଳ ଆର୍ଥିକ କ୍ଷତି ହୋଇଥାଏ ବରଂ ନାଗରିକଙ୍କ ବ୍ୟକ୍ତିଗତ ଜୀବନ ସହିତ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ । ବଜାରରେ ନକଲି ମୋବାଇଲ୍ ଫୋନ୍ ଦୂରସଞ୍ଚାର ବିଭାଗ ପାଇଁ ବଡ ଚିନ୍ତାର ବିଷୟ ପାଲଟିଛି । ଏହି ମୋବାଇଲ୍ ନକଲି IMEI ନମ୍ବର ସହିତ ଆମ ମୋବାଇଲ୍ ନେଟୱକର ଆଖପାଖରେ ଆକ୍ଟିଭେଟ୍ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.