ନବରଙ୍ଗପୁର: ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ପରଲୋକ

ନବରଙ୍ଗପୁର(କେନ୍ୟୁଜ୍) : ନବରଙ୍ଗପୁର ସଦର ମହକୁମାର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ପରଲୋକ । ୧୦୩ ବର୍ଷ ବୟସରେ ସୁନାରୀ ସାହି ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ମହମ୍ମଦ ବାଜୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ସେ ଆଚାର୍ଯ୍ୟ ବିନୋବା ଭାବେଙ୍କ ସହ ସର୍ବୋଦୟ ଆନ୍ଦୋଳନରେ ୧୨୦୦ କିଲୋମିଟର ପଦଯାତ୍ରା କରିଥିଲେ। ତା ସହ ପାପଡ଼ାହାଣ୍ଡି ଟୁରୀ ନଦୀ ନିକଟ ଗୁଳିକାଣ୍ଡ ସମୟରେ ସଂଗ୍ରାମୀ ଭାବେ ସ୍ୱାଧୀନତା ପାଇଁ ଲଢିଥିଲେ।

Leave A Reply

Your email address will not be published.