ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା। ମାଲକାନଗିରି ଜିଲ୍ଲା ମାଥିଲି ଥାନାର କୁକୁରକୁଣ୍ଡ ଗାଁରେ ମାଓବାଦୀ ଘଟାଇଛନ୍ତି ବର୍ବରକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଶୁକ୍ରବାର ୩ଜଣ ଗ୍ରାମବାସୀଙ୍କୁ ଅପହରଣ କରିନେଇଥିଲେ ନକ୍ସଲ। ସେମାନେ ଗୁଜା କୋବାସୀ, ମାସା ସୋଡ଼ି ଓ ଉଙ୍ଗା କାଲମାରି। ପ୍ରଜାକୋର୍ଟରେ ଜଣକୁ ଗଳାକାଟି ହତ୍ୟା କରିଥିବା ବେଳେ ୨ଜଣଙ୍କୁ ନିସ୍ତୁକ ମାଡ଼ ମାରି ଛାଡ଼ି ଦେଇଛନ୍ତି ମାଓବାଦୀ। ମୃତକ ଜଣକ ଗୁଜା କୋଏସୀ। ମାଓବାଦୀଙ୍କ ବର୍ବରକାଣ୍ଡ ପରେ ଗାଁରେ ଆତଙ୍କର ବାତାବରଣ ଖେଳିଯାଇଛି।