କରୋନା ଲକଡାଉନ ବେଳେ ହେବ ୧୦ଟି ବ୍ୟାଙ୍କର ମିଶ୍ରଣ, ଏପ୍ରିଲ ପହିଲାରୁ ବଦଳିଯିବ ଏସବୁ ବ୍ୟାଙ୍କର ନାଁ

କରୋନା ସଙ୍କଟ ଓ ଲକଡାଉନ ମଧ୍ୟରେ ଦେଶରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାର ଏପ୍ରିଲ ୧ ତାରିଖରୁ ବ୍ୟାଙ୍କର ବିଲୟ କରିବାକୁ ଯାଉଛି। ସରକାରଙ୍କ ଏହି ପଦକ୍ଷେପ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ଏପ୍ରିଲ ଆରମ୍ଭରୁ ୧୦ଟି ବ୍ୟାଙ୍କର ବିଲୟ କରି ୪ଟି ନୂଆ ବ୍ୟାଙ୍କ ତିଆରି କରାଯିବ।

Defer mega bank merger amidst COVID-19 pandemic: Officers' union ...

ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସର ବିଲୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ କରାଯାଇଛି। ଏହି ମିଶ୍ରଣ ପରେ ନୂତନ ବ୍ୟାଙ୍କ ସାର୍ବଜନିକ କ୍ଷେତ୍ରରେ ଦ୍ଵିତୀୟ ବୃହତ୍ତମ ବ୍ୟାଙ୍କରେ ପରିଣତ ହୋଇଛି। ଅନ୍ୟପଟେ ସିଣ୍ଡିକେଟ ବ୍ୟାଙ୍କ ସହ କାନାରା ବ୍ୟାଙ୍କ ମିଶ୍ରଣ ହୋଇଛି। ସେହିପରି ଆହ୍ଲାବାଦ ବ୍ୟାଙ୍କର ମିଶ୍ରଣ ଇଣ୍ଡିଆନ ବ୍ୟାଙ୍କ ସହ ହୋଇଛି ଓ ଆନ୍ଧ୍ରା ବ୍ୟାଙ୍କ ଏବଂ କର୍ପୋରେସନ ବ୍ୟାଙ୍କକୁ ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ ସହ ମିଶାଯାଇଛି।

Bank Merger Process Will Be Unaffected By Lockdown Apply From 1 ...

ଏହି ବୃହତ ମିଶ୍ରଣ ପରେ ୭ଟି ବଡ଼ ବ୍ୟାଙ୍କ ରହିବ ଯେଉଁମାନଙ୍କ କାରବାର ୮ ଲକ୍ଷ କୋଟି ଟଙ୍କାରୁ ବି ଅଧିକ ହେବ। ଏହି ବିଲୟ ପରେ ଦେଶରେ ୭ଟି ବଡ଼ ଓ ୫ ଟି କ୍ଷୁଦ୍ର ବ୍ୟାଙ୍କ ରହିବ। ତେବେ କରୋନା ଯୋଗୁ ଏହି ବ୍ୟାଙ୍କଗୁଡିକର ମିଶ୍ରଣ ହେବ କି ନାହିଁ ବୋଲି ସନ୍ଦେହ ରହିଥିଲା। ମାତ୍ର ସରକାର କହିଛନ୍ତି ଯେ କରୋନା ଭାଇରସର ବ୍ୟାଙ୍କ ମିଶ୍ରଣ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

Leave A Reply

Your email address will not be published.