ଗଜପତି : କରୋନା ସତର୍କତା ନେଇ ‘ସଉରା ଖ୍ରୀଷ୍ଟିୟାନ ବାପଟିଷ୍ଟ ମଣ୍ଡଳୀ’ ତରଫରୁ ଆୟୋଜିତ ହେଲା ସମ୍ମିଳନୀ

 ପାରଳା ଖେମୁଣ୍ଡି: ଗଜପତି ଜିଲ୍ଲା ସେରଙ୍ଗ ସ୍ଥିତ ବେଥାନୀ ବଙ୍ଗଳା ଠାରେ ସଉରା ଖ୍ରୀଷ୍ଟିୟାନ ବାପଟିଷ୍ଟ ମଣ୍ଡଳୀ ସମ୍ମୀଳନି ତରଫରୁ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । “ସୌରା ଖ୍ରୀଷ୍ଟିୟାନ ବାପଟିଷ୍ଟ ମଣ୍ଡଳୀ”ର ସାଧାରଣ ସମ୍ପାଦକ ଏଲିଆଜାର ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସଚେତନତା ଶିବିରରେ ୩୦ଜଣ ପାଳକ ଯୋଗ ଦେଇଥିଲେ ।

gajapati corona

ଜିଲ୍ଲା ପ୍ରଶାସନ ତରଫରୁ କରୋନା ଭୂତାଣୁର ସଂକ୍ରମଣର ପ୍ରତିରୋଧ ନିମନ୍ତେ ଜିଲ୍ଲାରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନର ମୁଖିଆ ମାନଙ୍କୁ ଡାକି ଜନସାଧାରଣଙ୍କୁ ସଚେତନତା କରିବା ସହ ସରକାର ଜାରୀ କରିଥିବା ନିୟମ ଗୁଡିକୁ କଡାକଡି ଭାବେ ପାଳନ କରିବା ନିମନ୍ତେ ନିବେଦନ କରାଯାଇଥିଲା । ସେହି କ୍ରମରେ ଆଜି ସଉରା ଖ୍ରୀଷ୍ଟିୟାନ ବାପଟିଷ୍ଟ ମଣ୍ଡଳୀ ସମ୍ମୀଳନି ତରଫରୁ ଏହି ସଚେତନତା ଶିବିର ଅନୁଷ୍ଠିତ ହୋଇଛି ।

ଏହି ସମ୍ମିଳନୀରେ ଲୋକମାନେ କିଭଳି ସାମାଜିକ ଦୂରତା ବଜାୟ ରଖିବେ, ବାହାର ଦେଶ କିମ୍ବା ରାଜ୍ୟକୁ ଯାଇଥିବା ଲୋକମାନେ ଜିଲ୍ଲାରେ ପହଞ୍ଚିବା କ୍ଷଣି ତୁରନ୍ତ ପ୍ରଶାସନକୁ ଅବଗତ କରାଇବେ, ଚର୍ଚ୍ଚକୁ ନଆସି ନିଜ ନିଜ ଘରେ ପ୍ରାର୍ଥନା କରିବାକୁ ଅନୁରୋଧ କରାଯାଇଛି । ସେମାନଙ୍କ ଧର୍ମରେ ଓ ପରମ୍ପରାରେ ପରସ୍ପରକୁ ହାତ ମିଶାଇ ଅଭିନନ୍ଦନ ଜଣାଇବା ଏକ ପ୍ରମୁଖ ଅଟେ । କିନ୍ତୁ କରୋନା ଭତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ପରସ୍ପର ମଧ୍ୟରେ ହାତ ନ ମିଶାଇବାକୁ ନିଷ୍ପତି ନେବା ସହ ଘରେ ଘରେ ବ୍ୟାପକ ମାତ୍ରାରେ ସଚେତନତା କରିବାକୁ ସ୍ଥିର କରାଯାଇଛି ।

Leave A Reply

Your email address will not be published.