Below header

ଡୋମିନାର ଏବଂ ପଲସରକୁ କଡା ଟକ୍କର ଦେବାକୁ ଆସୁଛି ୟାମାହାର ଏହି ନୂଆ ବାଇକ, ଜାଣନ୍ତୁ ଫିଚର୍ସ ଏବଂ ଦାମ୍‌

ନିକଟରେ ଇଣ୍ଡିଆ ୟାମାହା ମୋଟର ନିଜର ପପୁଲାର FZS Fi ମୋଟରସାଇକେଲର ନୂଆ DLX ଭେରିୟଣ୍ଟକୁ ଲଞ୍ଚ୍‌ କରିବାକୁ ଘୋଷଣା କରିଛି। ଏବେ କମ୍ପାନୀ ଭାରତୀୟ ବଜାରରେ ବହୁତ ଜଲଦି ନୂଆ 2022 FZS25କୁ ଲଞ୍ଚ୍‌ କରିପାରେ। ଏକ ମିଡିଆ ହାଉସ୍‌ ଖବର ମୁତାବକ ଏହି ଖବର ଡିଲରସିପଙ୍କ ଦ୍ୱାରା ମିଳିଛି। ଯଦିଓ ଏବେ ସୁଦ୍ଧା ୟାମାହା କମ୍ପାନୀ ତରଫରୁ ଏନେଇ କୌଣସି ଅଫିସିଆଲ ସୂଚନା ମିଳିନାହିଁ। କିନ୍ତୁ ଏହି ନୂଆ ବାଇକ, ନୂଆ ରଙ୍ଗ ଏବଂ ତାଜା ଲୁକ୍‌ ମିଳିପାରେ ବୋଲି ଅନୁମାନ କରାଯାଉଛି। ନୂଆ ରଙ୍ଗ ବ୍ୟତୀତ ୨୦୨୨ ମଡେଲରେ ଅଧିକ ପରିବର୍ତ୍ତନ ହେବାର ସମ୍ଭାବନା କରାଯାଉଛି।

ୟାମାହା FZS25 ବାଇକର ଫିଚର୍ସ

୨୦୨୨ ୟାମାହା FZS25 ସହିତ ବର୍ତ୍ତମାନର ବାଇକକୁ ସମାନ କଲେ ୨୫୦ ସିସି ସିଙ୍ଗଲ-ସିଲିଣ୍ଡର ଇଞ୍ଜିନ ଦିଆଯାଇପାରେ ବୋଲି କୁହାଯାଉଛି। ଯେଉଁଥିରେ ୨୦ ବିଏଚପି ତାକତ ଏବଂ ୨୦.୧ ଏନଏମ୍‌ ପିକ ଟର୍କ ଜେନେରେଟ୍‌ କରିଥାଏ। କମ୍ପାନୀ ଏହି ଇଞ୍ଜିନ ସହିତ ୫-ସ୍ପିଡ ଗିୟରବକ୍ସ ଦେବ। ଜାପାନର ଟୁ-ହ୍ଵିଲର ନିର୍ମାତା ସମ୍ଭାବିତ ଭାବରେ ବାଇକର ଫିଚର୍ସରେ ମଧ୍ୟ ଉନ୍ନତି କରିବା ସହିତ ବର୍ତ୍ତମାନର ମଡେଲକୁ ସମ୍ପୂର୍ଣ୍ଣ ଭାବେ ଏଲଇଡି ଲାଇଟିଙ୍ଗ, ଏଲସିଡି କନସୋଲ ଏବଂ ଡୁଆଲ ଚ୍ୟାନେଲ ଏବିଏସ ଭଳି ଫିଚର୍ସ ଦିଆଯାଇଛି।

ୟାମାହା FZS25 ଏକ୍ସ ସୋରୁମ ଦାମ୍‌

ବାଇକର ଦାମ୍‌ କଥା ଯଦି ଆମେ କହିବା ତାହେଲେ କମ୍ପାନୀ ଏଥିରେ ସାମାନ୍ୟ ଭାବରେ ଟଙ୍କା ବଢ଼ାଇପାରେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ବାଇକର ଏକ୍ସ ସୋରୁମର ଦାମ୍‌ ୧.୪୩ ଲକ୍ଷ ଟଙ୍କା। ଭାରତରେ ଏହାର ସିଧା ମୁକାବିଲା ବଜାଜ ଡମିନାର ୨୫୦, ବଜାଜ ପଲସର ଏଫ୨୫୦ ଏବଂ ସୁଜୁକି ଜିକ୍ସର ୨୫୦ ସହିତ ହେବ। ଏହାରି ଭିତରେ ତାଇଓ୍ଵାନରେ ନୂଆ ଇଏମଏଫ ଇଲେକଟ୍ରିକ ସ୍କୁଟର ଲଞ୍ଚ ହୋଇଛି। ଏହି ଇ-ସ୍କୁଟରକୁ ଗୋଗୋରୋ ସହିତ ମିଶି ନିର୍ମାଣ କରାଯାଇଛି। ୨୦୧୯ରେ ୟାମାହା ଦ୍ୱାରା ଲଞ୍ଚ୍‌ ହୋଇଥିବା ଏହି ୦୫ ପରେ ଏହା କମ୍ପାନୀର ଦ୍ୱିତୀୟ ଇଲେକଟ୍ରିକ ସ୍କୁଟର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.