Below header

ଏବେ ୨୪ ଘଣ୍ଟା ପାଇଁ ଦେଖିପାରିବେନି ଟିଭି : ଦେଶବ୍ୟାପି କେବଲ ଅପରେଟରଙ୍କ କଳା ଦିବସ ପାଳନ

ଭୁବନେଶ୍ବର (କେନ୍ୟୁଜ୍) : କେବଲରେ ଟିଭି ଦେଖୁଥିବା ଉପଭୋକ୍ତା ଆଜି ଟିଭି ଦେଖି ପାରିବେ ନାହିଁ। ଟ୍ରାଇର ନୂଆ ନିୟମକୁ ବିରୋଧ କରି ଆଜିଠାରୁ ଦେଶବ୍ୟାପୀ କେବଲ ଅପରେଟର କଳା ଦିବସ ପାଳନ କରୁଛନ୍ତି। ୨୪ ଘଣ୍ଟା ପାଇଁ ସାରା ଦେଶରେ ସେମାନେ ପ୍ରସାରଣ ବନ୍ଦ ରଖିବେ ।

ଓଡ଼ିଶା କେବଲ ଅପରେଟର ସଂଘ ଏଥିରେ ସାମିଲ ହୋଇଛି । ଟ୍ରାଇ ପକ୍ଷରୁ ଆସନ୍ତା ଫେବ୍ରୁଆରୀ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ଗ୍ରାହକ ଯେତିକି ଚ୍ୟାନେଲ ଦେଖିବାକୁ ଚାହିଁବେ କେବଳ ସେତିକିର ହିଁ ଦେୟ ଦେବେ । ଏହାକୁ ବିରୋଧ କରୁଛନ୍ତି କେବଲ ଅପରରେଟର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.