ସାମାନ୍ୟ କମିଛି ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି

ଯଦି ଆପଣଙ୍କର କିମ୍ୱା ଘରେ କାହାର ବାହାଘର ଅଛି, ତେବେ ଖୁସି ଖବର । ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ସାମାନ୍ୟ କମିଛି ସୁନା ଦର ।

ଯଦି ଆପଣଙ୍କର କିମ୍ୱା ଘରେ କାହାର ବାହାଘର ଅଛି, ତେବେ ଖୁସି ଖବର । ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ତେଣୁ ବିଳମ୍ୱ ନକରି ତୁରନ୍ତ, ସୁନା ଗହଣା କିଣି ଆଣନ୍ତୁ । ଯିବା ପୂର୍ବରୁ ନୂଆ ଦର ଉପରେ ନଜର ପକାନ୍ତୁ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୬,୮୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୨,୦୧୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୮,୫୦୦ ଟଙ୍କା ଓ ୬୩,୮୨୦ ଟଙ୍କା ରହିଛି ।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଅପରିବର୍ତ୍ତିତ ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୮,୫୦୦ ଟଙ୍କା ଓ ୬୩,୮୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୫୮,୬୫୦ ଟଙ୍କା ଓ ୬୩,୯୭୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୭,୯୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୩, ୨୨୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୮,୫୦୦ ଟଙ୍କା ଓ ୬୩,୮୨୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୬୯, ୭୦୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.