ଆଜି ଚତୁର୍ଥ ଦିନ: ରାଞ୍ଚି ଟେଷ୍ଟରେ ଭାରତ ଆଗରେ ୧୯୨ ରନର ଟାର୍ଗେଟ, ବିଜୟଠାରୁ ଆଉ ୧୫୨ ରନ ଦୂରରେ

ବିଜୟ ଅଭିମୁଖେ ଭାରତ। ରାଞ୍ଚି ଟେଷ୍ଟରେ ଭାରତ ଆଗରେ ୧୯୨ ରନର ଟାର୍ଗେଟ । ଆଜି ଚତୁର୍ଥ ଦିନ । ବିଜୟଠାରୁ ଆଉ ୧୫୨ ରନ ଦୂରରେ ରହିଛି ଟିମ୍ ଇଣ୍ଡିଆ । ଗତକାଲିର ଅସମାପ୍ତ ୪୦ ରନରୁ ଖେଳ ଆରମ୍ଭ କରିବ ଟିମ୍ ଇଣ୍ଡିଆ ।

କେନ୍ୟୁଜ: ବିଜୟ ଅଭିମୁଖେ ଭାରତ। ରାଞ୍ଚି ଟେଷ୍ଟରେ ଭାରତ ଆଗରେ ୧୯୨ ରନର ଟାର୍ଗେଟ । ଆଜି ଚତୁର୍ଥ ଦିନ । ବିଜୟଠାରୁ ଆଉ ୧୫୨ ରନ ଦୂରରେ ରହିଛି ଟିମ୍ ଇଣ୍ଡିଆ । ଗତକାଲିର ଅସମାପ୍ତ ୪୦ ରନରୁ ଖେଳ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ରୋହିତ ଶର୍ମା ୨୪ ଓ ଯଶସ୍ଵୀ ଜୟସ୍ୱାଲ ୧୬ ରନରେ ଅପରାଜିତ ଅଛନ୍ତି । ଏହି ମ୍ୟାଚ୍ ଜିତିଲେ ଆଗୁଆ ସିରିଜ କବଜା କରିବ ଟିମ୍ ଇଣ୍ଡିଆ ।

ସେପଟେ ଇଂଲଣ୍ଡକୁ ବିଜୟ ପାଇଁ ଆବଶ୍ୟକ ୧୦ ୱିକେଟ । ତେଣୁ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ମୁକାବିଲା । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୪୫ ରନରେ ଅଲଆଉଟ୍ ହୋଇଥିଲା । ଫଳରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତ ଆଗରେ ଦେଇଛି ୧୯୨ ରନ୍ ବିଜୟ ଲକ୍ଷ୍ୟ ।

ଦ୍ୱିତୀୟ ଇନିଂସରେ ଭାରତର ସ୍ପିନ୍ ଯାଦୁରେ ଫସିଥିଲା ଇଂଲିଶ ବାହିନୀ । ଅଶ୍ୱିନୀ ଓ କୁଲଦୀପଙ୍କ ଘାତକ ବୋଲିଂରେ କେହି ଅଧିକ ସମୟ ତିଷ୍ଠି ପାରିଲେନି । କେବଳ ଓପନର ଜ୍ୟାକ କ୍ରଲି ୬୦ ରନ୍ ଓ ଜନି ବେରିଷ୍ଟ୍ରୋ ୩୦ ରନ୍ କରିଥିଲେ । ଅଶ୍ବିନ ୫, କୁଳଦୀପ ୪ ଓ ରବିନ୍ଦ୍ର ଜାଡେଜା ନେଇଥିଲେ ଗୋଟିଏ ୱିକେଟ । ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୩୦୭ ରନ୍ କରି ଅଲଆଉଟ୍ ହୋଇଥିଲା । ବର୍ତ୍ତମାନ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ଅଛି ଭାରତ । ଏହି ମ୍ୟାଚ୍ ଜିତିଲେ ଆଗୁଆ ସିରିଜ କବଜା କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.