ଆଗକୁ ନିର୍ବାଚନ, ଏହା ପୂର୍ବରୁ ସବୁ ମାମଲାର ତଦନ୍ତ ଶେଷ କର: ଡିଜିପି

ଆଗକୁ ନିର୍ବାଚନ । ପୋଲିସ ଉପରେ କାର୍ଯ୍ୟଚାପ ପଡ଼ିବ । ଏହା ପୂର୍ବରୁ ମାମଲାର ତଦନ୍ତ ଶେଷ କରିବାକୁ ସବୁ ଜିଲ୍ଳାର ଏସପି, ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଅରୁଣ ଷଡଙ୍ଗୀ । ଏଥିସହ ସବୁ ଥାନା ଅଧିକାରୀଙ୍କୁ ଡାକି ଏ ନେଇ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଆଗକୁ ନିର୍ବାଚନ । ପୋଲିସ ଉପରେ କାର୍ଯ୍ୟଚାପ ପଡ଼ିବ । ଏହା ପୂର୍ବରୁ ମାମଲାର ତଦନ୍ତ ଶେଷ କରିବାକୁ ସବୁ ଜିଲ୍ଳାର ଏସପି, ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଅରୁଣ ଷଡଙ୍ଗୀ । ଏଥିସହ ସବୁ ଥାନା ଅଧିକାରୀଙ୍କୁ ଡାକି ଏ ନେଇ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି ।

ନିର୍ବାଚନ ବେଳେ ଆଇନଶୃଙ୍ଖଳା ବଜାୟ ରଖିବା ଓ ଅପରାଧୀଙ୍କୁ ସାବାଡ କରିବାକୁ ମଧ୍ୟ ସେ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନେକ ସମୟରେ ପୋଲିସ କୋର୍ଟରେ ସଠିକ ସମୟରେ ସିଡି, ଚାର୍ଜସିଟ ଦାଖଲ କରୁ ନଥିବାରୁ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହେଉଛନ୍ତି।

ତେଣୁ ନିଦ୍ଧାରିକ ସମୟରେ ତଦନ୍ତ ସାରି ଚାର୍ଜସିଟ ଦାଖଲ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ NCRB ତଥ୍ୟ ଅନୁସାରେ ବିଭିନ୍ନ ମାମଲାରେ ୨୦୨୧ ମସିହାରେ ୫୯ ହଜାର ୨୨୯ ଜଣ ଗିରଫ ହୋଇଥିଲେ । ୬୮୫ ଜଣ ଅଭିଯୁକ୍ତ କୋର୍ଟରେ ଦଣ୍ଡିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.