ରାଜ୍ୟରେ ଖସିଛି ପାରଦ: ଅଧିକାଂଶ ସ୍ଥାନରେ ପାଗ ମେଘୁଆ, କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ

ଖରା ତାତିରୁ ଆଶ୍ଵସ୍ତି ଆଣିଦେଲା ବର୍ଷା । ରାଜ୍ୟରେ ଖସିଛି ପାରଦ । ମେଘୁଆ ପାଗ ସାଙ୍ଗକୁ ହାଲୁକା ବର୍ଷା ଜାରି ରହିଛି । ଏମିତି ପାଗ ଆଉ ତିନି ଦିନ ରହିବ । ଉପକୂଳରେ ବର୍ଷା ସମ୍ଭାବନା ଅଧିକ ରହିଛି।

ଭୁବନେଶ୍ୱର (କେନ୍ୟୁଜ): ଖରା ତାତିରୁ ଆଶ୍ଵସ୍ତି ଆଣିଦେଲା ବର୍ଷା । ରାଜ୍ୟରେ ଖସିଛି ପାରଦ । ମେଘୁଆ ପାଗ ସାଙ୍ଗକୁ ହାଲୁକା ବର୍ଷା ଜାରି ରହିଛି । ଏମିତି ପାଗ ଆଉ ତିନି ଦିନ ରହିବ । ଉପକୂଳରେ ବର୍ଷା ସମ୍ଭାବନା ଅଧିକ ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ ।

ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଛି । ପଶ୍ଚିମା ଝଡ଼ ଓ ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଜଳୀୟ ବାଷ୍ପ ବାୟୁମଣ୍ଡଳକୁ ପ୍ରବେଶ କରୁଛି। ଏହାର ପ୍ରଭାବରେ ପାଗ ମେଘୁଆ ରହିବା ସହ ବର୍ଷା ହେଉଛି। ଏହାର ପ୍ରଭାବରେ ରାଜ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏ ହ୍ରାସ ପାଇଛି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିଛି। ୧ ତାରିଖରୁ ପୁଣି ତାପମାତ୍ରା ବୃଦ୍ଧି ଘଟିବ। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.