Below header

ଭୀଷଣ ଗରମରେ ମଧ୍ୟ ଥଣ୍ଡା ରହିବ ଆପଣଙ୍କ କାର୍, ଖାଲି ଫଲୋ କରନ୍ତୁ ଏହି ୭ ଉପାୟ

ଗରମ ଦିନ ଆସିଗଲାଣି ଏବଂ ଏମିତିରେ ଘରୁ ବାହାରିବା ଅସମ୍ଭାଳ ହୋଇପଡିଲାଣି। ଆଉ ଆପଣ ଏହି ସମୟରେ ବେଶି କାରରେ ଯାତ୍ରା କରିବାକୁ ପସନ୍ଦ କରିବେ। ଆଉ ଏଥିପାଇଁ ଆପଣଙ୍କୁ ନିଜ କାରର ଖାସ ଯତ୍ନ ନେବା ଆବଶ୍ୟକ। ଏମିତି ଆମ ସମସ୍ତଙ୍କ ସହିତ ହୋଇଥାଏ ଯେ ଯେତେବେଳେ ଆପଣ କେଉଁଠି କାରକୁ ପାର୍କ କରୁଛନ୍ତି ଏବଂ ପୁର୍ନବାର କାରରେ ବସିବାକୁ ଯାଆନ୍ତି ସେତେବେଳେ କାର ଭିତରର ତାପମାତ୍ରା ବହୁତ ଅଧିକ ଥାଏ। ଏହି ସମୟରେ ଆପଣଙ୍କର ମନ କହିଥାଏ ଯେ ତୁରନ୍ତ କାରରୁ ବାହାରିଯିବା ପାଇଁ।

ଗରମ ଦିନରେ କାର ଗରମ ହେବା ଏକ ସାମାନ୍ୟ ପ୍ରକ୍ରୀୟା ଅଟେ। କିନ୍ତୁ ଯଦି ଆପଣ ଚାହିଁବେ ତେବେ ଭିଷଣ ଗରମରେ ମଧ୍ୟ ଆପଣଙ୍କ କାରକୁ ଥଣ୍ଡା ରଖିପାରିବେ। ଏଥିପାଇଁ କିଛି ଉପାୟକୁ ଆପଣେଇବାକୁ ହେବ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ଯାହା ସାହାଯ୍ୟରେ ଆପଣ ଆପଣଙ୍କ କାରକୁ ଗରମରେ ମଧ୍ୟ ଥଣ୍ଡା ରଖିପାରିବେ।

car-summer୧. ଏସି ୟୁନିଟ୍ସର ଚେକିଂ

ଗରମ ଆରମ୍ଭ ହେବା ପରେ ପ୍ରଥମେ ଆପଣ କାରର ଏସିକୁ ଚେକିଂ କରନ୍ତୁ। ଏଥିପାଇଁ ଆପଣ କାରକୁ ସର୍ଭିସ ସେଣ୍ଟାକୁ ନେଇପାରିବେ ଏବଂ ଏସି ଫିଲଟର ଆଦିକୁ ଯାଞ୍ଚ କରି ସେଥିରେ ଜରୁରୀ ପରିବର୍ତ୍ତନ କରିପାରିବେ। ଏହାଛଡା ଆପଣ ନିଜେ ମଧ୍ୟ କାରର ଫ୍ରଣ୍ଟ୍ ଗ୍ରୀଲରେ ପାଣି ପକାଇ ଏସି ଫିଲ୍ଟରକୁ ସଫା କରିପାରିବେ।

୨. ଇଞ୍ଜିନକୁ ପ୍ରସ୍ତୁତ କରନ୍ତୁ

ଗରମ ଦିନରେ କାରର ଖାସ ଯତ୍ନ ନେବା ନିହାତି ଆବଶ୍ୟକ। ପ୍ରଥମେ ଆପଣ କାରର ଇଞ୍ଜିନକୁ ଯାଞ୍ଚ କରାନ୍ତୁ ଏବଂ କୁଲେଣ୍ଟ ଲେବୁଲକୁ ମେଣ୍ଟେନ ରଖିବା ପାଇଁ ଚେଷ୍ଟା କରନ୍ତୁ। ସବୁ ସପ୍ତାହ କାରର କୁଲେଣ୍ଟକୁ ଯାଞ୍ଚ କରନ୍ତୁ। ଏହାଛଡା କାରର ଇଞ୍ଜିନର ବେଲ୍ଟକୁ ମଧ୍ୟ ଯାଞ୍ଚ କରନ୍ତୁ। ଚେଷ୍ଟା କରନ୍ତୁ ଯେ ଆପଣ ସବୁବେଳେ କାରକୁ ଯେପରି ଛାଇ ସ୍ଥାନରେ ରଖିବେ।

pouring-coolant୩.ଅଏଲ ଚେକିଂ

ଗରମରେ କାରର ଅଏଲର ଯାଞ୍ଚ କରିବା ମଧ୍ୟ ବହୁତ ଜରୁରି ହୋଇଥାଏ। କାରଣ କେତେକ ଥର ଡ୍ରାଇଭିଂ କାରଣରୁ ଅଏଲ ଲିକ୍ ହେବାର ମଧ୍ୟ ସମ୍ଭାବନା ଥାଏ। ଠିକ ସମୟରେ ସର୍ଭିସିଂ ସିଡ୍ୟୁଲ ଅନୁସାରେ କାରର ଅଏଲ ଯାଞ୍ଚ କରନ୍ତୁ।

୪.କାରକୁ ଧୁଅନ୍ତୁ

ଗରମରେ କାରକୁ ଥଣ୍ଡା ରଖିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି କାରକୁ ଧୋଇବା। ସାଧାରଣତଃ ଆପଣ ଯେତେଥର କାରକୁ ଧୁଅନ୍ତି ତାଠାରୁ ଦୁଇ ଦିନ ବଢ଼ାଇ କାରକୁ ଧୋଇ ଦିଅନ୍ତୁ। ଧୋଇବା ସମୟରେ ଡିଟରଜେଣ୍ଟର ବ୍ୟବହାର କେବେବି ଯେମିତି କରିବେ ନାହିଁ। ମାଇକ୍ରୋ ଫାଇବର କ୍ଲଥକୁ କାରକୁ ପୋଛିବା ପାଇଁ ପ୍ରୟୋଗ କରନ୍ତୁ ।

୫.ୱିଣ୍ଡଶିଲ୍ଡ କଭରର ବ୍ୟବହାର

ଯେତେବେଳେ ବି ଆପଣ କାରକୁ ପାକିଂ କରୁଛନ୍ତି ତେବେ କାରର ୱିଣ୍ଡୋରେ କଭର ନିଶ୍ଚୟ ଦିଅନ୍ତୁ। ବଜାରରେ ବହୁତ କମ୍ ଦାମରେ ଏହା ମିଳିଯାଉଛି। ଏହାକୁ ଆପଣ ଆପଣଙ୍କ କାରରେ ସବୁବେଳେ ରଖନ୍ତୁ ଏବଂ ଯେତେବେଳେ ଆପଣ କାରରୁ ବାହାରକୁ ଯାଉଛନ୍ତି ସେତେବେଳେ ଏହାକୁ ୱିଣ୍ଡୋରେ ଲଗାଇ ଦିଅନ୍ତୁ। ଯାହାଦ୍ବାରା ଆପଣ କାରରେ ବସିଲେ କାର ଭିତର ଥଣ୍ଡା ଲାଗିଥାଏ।

jobs-for-car-lovers୬.ଡ୍ୟାସବୋର୍ଡ

କାରର ଡ୍ୟାସବୋର୍ଡ ଗରମ ଦିନରେ ସବୁଠାରୁ ଅଧିକ ଗରମ ହୋଇଥାଏ। ଏହାର ସବୁଠାରୁ ଭଲ ଉପାୟ ହେଉଛି ଆପଣ ନିଜ କାରକୁ ଛାଇରେ ରଖନ୍ତୁ। ଏହାଛଡା କାରର ଡ୍ୟାସବୋର୍ଡରେ ୱାକ୍ସ ଏବଂ କ୍ରିମର ବ୍ୟବହାର କରନ୍ତୁ। ଯାହା ଦ୍ବାରା ଖରା ପଡିଲେ ବି ଏହାର ଚମକ କମିନଥାଏ। ଅଧିକାଂଶ ଲୋକ ଏହାକୁ ଅଣଦେଖା କରିଥାନ୍ତି ଯେଉଁ କାରଣରୁ କାର କମ୍ ସମୟରେ ହିଁ ପୁରୁଣା ଦେଖାଯାଇଥାଏ।

୭. ସିଟ କଭର

କାରର ସିଟ ରେକ୍ସିନ କିମ୍ବା ମିକ୍ସ ମ୍ୟାଟେରେୟାଲରେ ତିଆରି ହୋଇଥାଏ। ଏଥିପାଇଁ ଗରମ ଦିନରେ ଏହା ବହୁତ ଜଳଦି ଗରମ ହୋଇଯାଇଥାଏ। ଏହି ଦିନରେ କାରର ସିଟକୁ କଟନ କପଡା କଭର ବ୍ୟବହାର କରନ୍ତୁ କାରଣ ଏହା ଦ୍ବାରା ଆପଣଙ୍କ କାର ଥଣ୍ଡା ରହିବ। ଯେତେବେଳେ ସିଟ ଥଣ୍ଡା ରହିଥାଏ ଆପଣଙ୍କୁ ମଧ୍ୟ ଥଣ୍ଡା ଅନୁଭୂତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.