Below header

ପୁଣି ଆଜମ ଖାନଙ୍କ ବିପକ୍ଷରେ ଲଢ଼ିବେ ଜୟା ପ୍ରଦା, ବିଜେପିରୁ ମିଳିପାରେ ଟିକେଟ୍

ସାଧାରଣ ନିର୍ବାଚନରେ ଚଳିତ ଥର ମଧ୍ୟପ୍ରଦେଶ ରାମପୁର ସିଟରୁ ହେବାକୁ ଥିବା ମୁକାବିଲା ଖୁବ ରୋଚକ ହୋଇପାରେ। ସମାଜବାଦୀ ପାର୍ଟି ସେଠାରେ ବିଧାୟକ ଆଜମ ଖାନକୁ ଟିକେଟ ଦେଇଥିବା ବେଳେ ବିଜେପି ତାଙ୍କ ଟକ୍କର ପ୍ରାର୍ଥୀ ପାଇଁ ଖୁବ କସରତ କରୁଛି। ସୂତ୍ର ଅନୁଯାୟୀ, ବିଜେପି ଏହି କ୍ଷେତ୍ର ପାଇଁ ଅଭିନୟରୁ ରାଜନୀତିକୁ ଆସିଥିବା ଜୟା ପ୍ରଦାଙ୍କୁ ଟିକେଟ ଦେଇପାରେ। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଜୟପ୍ରଦା ଆଜମ ଖାନଙ୍କର ପୁରୁଣା ପ୍ରତିଦ୍ବନ୍ଦୀ ଅଟନ୍ତି। ତେବେ ଜୟାପ୍ରଦାଙ୍କୁ ରାମପୁରରୁ ଟିକେଟ ଦେବା ନେଇ ବିଜେପି ଗମ୍ଭୀର ଭାବେ ଚିନ୍ତା କରୁଥିବା ଜଣାପଡିଛି।

ଏପରି କୁହାଯାଉଛି କି, ଜୟାଙ୍କୁ ଟିକେଟ ମିଳିବା ପଛରେ ବିଜେପି ରାଷ୍ଟ୍ରୀୟ ସ୍ବଂୟସେବକ ସଂଘର ପାଖଲୋକ ଭାବେ ରହିଥିବା ଅମର ସିଂଙ୍କର ବିଶେଷ ଭୂମିକା ରହିପାରେ। ନିକଟରେ ତାଙ୍କର ନାମ ସାମ୍ନାରେ ସେ ବିଜେପିରେ ଚାଲିଥିବା ‘ଚୌକିଦାର’ ଟ୍ୟଗକୁ ମଧ୍ୟ ଲଗାଇଛନ୍ତି। ତେବେ ଜୟାପ୍ରଦାଙ୍କ ରାଜନୈତିକ ମେଣ୍ଟର ଭାବେ ଜଣାଯାଇଥିବା ଅମର ସିଂ ବିଜେପି ତରଫରୁ ଟିକେଟ ମିଳିବା ନେଇ ଜୟାଙ୍କୁ ପୂର୍ଣ୍ଣ ସହାୟତା କରୁଥିବା ଜଣାପଡିଛି।

Jaya-Prada

ଆପଣଙ୍କୁ ଜଣାଇବାକୁ ଚାହିଁବୁ , ଏହା ପୂର୍ବରୁ ରାମପୁରରୁ ଜୟା ଦୁଇଥର(୨୦୦୪ ଏବଂ ୨୦୦୯) ମସିହାରେ ସାଂସଦ ଟିକେଟ ପାଇ ସାରିଛନ୍ତି। ଏହାପରେ ସେ ୨୦୧୪ ମସିହାରେ ଅଜିତ ସିଂ ଙ୍କ ପାର୍ଟି ଆରଏଲଡି ତରଫରୁ ଅଜମଖାନଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ସେଥିରେ ତାଙ୍କୁ ପରାସ୍ତର ସମ୍ମୁଖିନ ହେବାକୁ ପଡିଥିଲା। ତେବେ ୨୦୦୯ ମସିହାରୁ ହିଁ ଆଜମ ଖାନ ଏବଂ ଜୟାଙ୍କ ମଧ୍ୟରେ ଏହି ସିଟକୁ ନେଇ ମତଭେଦ ଚାଲିଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.