ଭାରତୀୟ ନେତାଙ୍କ ବିବାଦୀୟ ବୟାନ୍‌ : ଯିଏ ପାକିସ୍ତାନକୁ ଗୋଟିଏ ଗାଳି ଦେବ ମୁଁ ତାକୁ ୧୦ ଗାଳି ଦେବି

ନୂଆଦିଲ୍ଲୀ : ନେସନାଲ କନଫରେନ୍ସ (ଏନ୍‌ସି)ର ନେତା ହେଉଛନ୍ତି ମହମ୍ମଦ ଆକବର ଲୋନ୍‌ । ସେ ଜମ୍ମୁ କଶ୍ମୀରର ଅନନ୍ତନାଗ ଆସନରୁ ନିର୍ବାଚନ ଲଢୁଛନ୍ତି । କୁପଓ୍ଵାଡ଼ା ଠାରେ ଏକ ଜନସଭାରେ ଭାଷଣ ଦେଉଥିବା ବେଳେ ଏମିତି ଏକ ମନ୍ତବ୍ୟ ଦେଇଛନ୍ତି ଯାହା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆକବର କହିଛନ୍ତି, ପାକିସ୍ତାନ ଆବାଦ ରହେ, କାମୟାବ ରହେ । ମୁଁ ଭାରତ-ପାକିସ୍ତାନ ଭିତରେ ବନ୍ଧୁତାକୁ ଗୁରୁତ୍ୱ ଦେଉଛି । ଏମାନଙ୍କ ସୁସମ୍ପର୍କକୁ ମୁଁ ଚାହିଁ ବସିଛି । ଯଦି ଏମାନଙ୍କୁ କେହି ଗାଳି ଦିଏ ତେବେ ମୁଁ ତାକୁ ଦଶ ଗାଳି ଦେବି ବୋଲି ଆକବର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ବିଧାନସଭାରେ ଅନ୍ୟମାନେ ଯେତେବେଳେ ପାକିସ୍ତାନ ମୁର୍ଦ୍ଦାବାଦ କରିଥିଲେ ମୁଁ ସେତେବେଳେ ପାକିସ୍ତାନ ଜିନ୍ଦାବାଦ୍‌ କହିଥିଲି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.