Below header

ଧରାପଡିଲା କୁଖ୍ୟତ ବାଇକ୍ ରାକେଟ୍, ୧୨ଜଣ ସହ ୨୮ଟି ବାଇକ୍ ଜବତ

ଅନୁଗୁଳ (କେନ୍ୟୁଜ୍) : ଅନୁଗୁଳ ଥାନା ପୋଲିସ ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋର ରାକେଟର ପର୍ଦ୍ଦାଫାସ କରିଛି। ଏଥିରେ ୧୨ ଜଣ ବାଇକ୍ ଚୋରଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ୨୮ଟି ବାଇକ୍ , ଗୋଟିଏ ପିସ୍ତଲ ଏବଂ ୬ଟି ମୋବାଇଲ ଫୋନ ଜବତ କରାଯାଇଛି।

bike theft

ଏହାବିଷୟରେ ଏସଡିପିଓ ଅଶ୍ବନୀ ସାହୁ ସୂଚନା ଦେଇଛନ୍ତି, ଡେରଜାଙ୍ଗା ପ୍ରୋଜେକ୍ଟ ଡ଼୍ୟାମ୍ ପାଖରେ କିଛି ଅଜଣା ଯୁବକ ମିଶି ଡକାୟତିର ଉଦ୍ୟମ କରୁଥିବା ସୂଚନା ମିଳିଥିଲା। ଯାହାପରେ ସେହି ସ୍ଥାନରେ ଚଢ଼ାଉ କରି ଘଟଣାସ୍ଥଳରୁ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଥିଲା।

ପୋଲିସ କାର‌୍ୟ୍ୟନୁଷ୍ଠାନ ପରେ ଅଭିଯୁକ୍ତମାନେ ଚୋରି କରିଥିବା ସ୍ବୀକାର କରିଥିଲେ। ପରେ ଆଉ ଚାରି ଜଣ ଚୋରଙ୍କୁ ଧରିଥିବା ବେଳେ ସମୁଦାୟ ୨୮ଟି ବାଇକ୍ ଜବତ କରିଥିଲା ପୋଲିସ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.